ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ

Published By : Ladu Kishor | January 20, 2025 9:12 PM

ଭୁବନେଶ୍ୱର,୨୦/୦୧: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ଓ ନିରବଚ୍ଛିନ୍ନ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କୁ ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ ଓଡ଼ିଶା ଶାଖା ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ଇଣ୍ଡିଆନ୍ ବିଲ୍ଡିଂ କଂଗ୍ରେସ୍ ଓଡ଼ିଶା ଶାଖାର ଅଧ୍ୟକ୍ଷ, ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଓ ଉପାଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ, ପ୍ରଫେସର ନାୟକଙ୍କୁ ସୋମବାର ସାକ୍ଷାତ କରି ଏହି ସମ୍ମାନ ପଦାନ କରିଛନ୍ତି । 

ଏହି ଅବସରରେ ଇଂ ତ୍ରିପାଠୀ ପ୍ରଫେସର ନାୟକଙ୍କୁ ଏକ ସଫଳ ଓ ବଳିଷ୍ଠ ଉଦ୍ୟୋଗୀ ଭାବେ ଉଚ୍ଚ ପ୍ରଶଂସା କରିବା ସହ ଓ ସେ ଭବିଷ୍ୟତରେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଏଭଳି ନିଃସ୍ୱାର୍ଥ ସେବା ଜାରୀ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରଫେସର ନାୟକ ମଧ୍ୟ ଇଣ୍ଡିଆନ୍ ବିଲ୍ଡି କଂଗ୍ରେସ୍ ଓଡ଼ିଶା ଶାଖାକୁ ସୋଆ ପକ୍ଷରୁ ଭବିଷ୍ୟତରେ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ।  

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ସୋଆ । ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଫ୍ୟାକଲ୍ଟି ଅଫ୍ ଲ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଯଥାକ୍ରମେ ୨୬, ୨୧ ଏବଂ ୯ମ ସ୍ଥାନ ହାସଲ କରିଛି । 

ସୋଆ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଭୁବନେଶ୍ୱର, ଫୁଲନଖରା, ଶୀତଳାପଲ୍ଲୀ ହସ୍ପିଟାଲ୍ ସମେତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.