ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିଲେ କମଲା ହାରିସ୍‌, କହିଲେ ଏମିତି

Published By : Anindita Ratha | November 7, 2024 8:36 AM

ନୂଆଦିଲ୍ଲୀ,୦୭/୧୧:  ଆମେରିକାର ବସ୍ ଡୋନାଲ୍ଡ ଟ୍ରମ୍ପ । ଜାନୁଆରି ୨୦ରେ ଶପଥ ନେବେ ଟ୍ରମ୍ପ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ବଡ ପରିବର୍ତ୍ତନ। ହ୍ବାଇଟ୍ ହାଉସ ଉପରେ କବ୍‌ଜା କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କ କବ୍ଜା। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟ ସ୍ବୀକାର କରିଛନ୍ତି କମଲା ହାରିସ୍‌। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ସ୍ବୀକାର କରିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। କମଲା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ବୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା।

କମଳା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ୱୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା। ପ୍ରତିଶ୍ରୁତି ଦେଇଛନ୍ତି ଏମିତି ଭବିଷ୍ୟତ ପାଇଁ କାମ ଜାରି ରଖିବେ ଯାହା ଆମେରିକା ନିଜ ସ୍ୱପ୍ନ, ଆକାଂକ୍ଷାକୁ ପୂରା କରିପାରିବ। ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢ଼ିବାକୁ ସଂକଳ୍ପ ନେଇଛି। ଥିସହ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି। ସମ୍ବୋଧନ ଶେଷରେ ସମର୍ଥକଙ୍କୁ ନିରାଶ ନହେବାକୁ ପରାମର୍ଶ ଦେବା ସହ ବିଶ୍ୱାସ, ସତ୍ୟ ଓ ସେବା ମନୋଭାବ ରଖି ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି କମଳା ହାରିସ।  ଆମେରିକାରେ   ଅବ୍ କି ବାର୍ ଟ୍ରମ୍ପ ସରକାର। ବିପୁଳ ବହୁମତ ସହ ଦ୍ୱିତୀୟ ଥର ଦେଶର ରାଷ୍ଟ୍ରପତି ହେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ତାଙ୍କୁ ୨୯୫ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମିଳିଛି ୨୨୬ ଇଲେକ୍ଟୋରାଲ୍ ଭୋଟ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.