ଚିକିଟି ୩୦/୫ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବାତରଡ଼ାପଲ୍ଲୀ ଗ୍ରାମ ଠାରୁ ମାତ୍ର ୫ଶହ ମିଟର ଦୂରରେ ଅବସ୍ଥିତ ପାହାଡ଼ ପାଦ ଦେଶରେ ଛେଳି ଚରାଉଥିବା ସମୟରେ ଆଜି ଅପରାହ୍ନ ୨ଟା ସମୟରେ ୪ ଜଣ ବ୍ୟକ୍ତି ବଜ୍ରାଘାତର ଶିକାର ହୋଇଥିଲେ। ସେଥି ମଧ୍ୟରୁ ହରିପୁର ଗ୍ରାମର ୪୮ବର୍ଷ ବୟସ୍କ ଶିବ ପାଇକଙ୍କ ମୃତ୍ୟୁ ହୋଇଥିବା ବେଳେ ବାତରଡ଼ାପଲ୍ଲୀ ଗ୍ରାମର ଗଣପତି ନାୟକ, ବେଲପନ୍ଥୀ ଗ୍ରାମର ବିଜୟ ଗୌଡ଼ ଓ ଖଇରପଙ୍କ ଗ୍ରାମର ଡିଲି କନ୍ୟାରୀ ଅଚେତ ଅବସ୍ଥାରେ ବାମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ନୂଆପଡା ପୋଲିସ ଉକ୍ତ ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଜାରି ରଖିଛନ୍ତି ଏବଂ ଚିକିଟି ତହସିଲଦାର ପହଂଚିଥିବା ସୂଚନା ମିଳିଛି।