ଭୁବନେଶ୍ୱର,୦୧/୦୨: ଦୀର୍ଘ ୮ ବର୍ଷ ପରେ ଶ୍ରୀଲିଙ୍ଗରାଜଙ୍କ  ବ୍ରାହ୍ମଣ ନିଯୋଗର ନିର୍ବାଚନ ରବିବାର  କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନିଯୋଗ ପ୍ରକୋଷ୍ଠରେ ଏହି ନିର୍ବାଚନ  ହେବ । ପରିଚାଳନା କମିଟି  ପାଇଁ ୨୨ ଜଣ ସଦସ୍ୟ ନିର୍ବାଚିତ  ହୋଇସାରିଛନ୍ତି । ଶ୍ରୀଲିଙ୍ଗରାଜଙ୍କର ବିଭିନ୍ନ ନୀତିକାନ୍ତିକୁ ନେଇ ବିଭିନ୍ନ  ସମୟରେ ବିଭ୍ରାଟ ଦେଖାଯାଉଥିବା  ବେଳେ ବିବାଦ ଲାଗି ରହୁଥିଲା । ଏବେ  ଏହି ନିର୍ବାଚନ ପରେ ସମସ୍ତ ନୀତିକାନ୍ତି  ଶାନ୍ତିଶୃଙ୍ଖଳା ସହ ହେବ । ଏଥିସହ  ସବୁ କିଛି ସସସ୍ୟାର ସମାଧାନ  ଆଲୋଚନା ମାଧ୍ୟମରେ କରାଯିବ  ବୋଲି ଅନୁମାନ କରାଯାଉଛି ।