ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଠଗଡ଼ରୁ ଜବତ ହେଲା ୨୦୪ ପେଟି ମଦ, ଡ୍ରାଇଭର ଗିରଫ

Published By : Harapriya Sethi | October 25, 2024 2:33 PM

ଆଠଗଡ଼, ୨୫/୧୦: ଆକ୍ସନ ମୋଡରେ ଆଠଗଡ଼ ଅବକାରୀ ବିଭାଗ । କଟକ ମୋବାଇଲ ସ୍କ୍ୱାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ନରସିଂହପୁର ଏକଡାଳ ପେଟ୍ରୋଲ ଟାଙ୍କି ନିକଟରେ ଏକ ଆଇଚର୍ ଗାଡ଼ି ଉପରେ ଚଢାଉ । ଏହି ରେଡ୍‌ରେ ୨୦୪ ପେଟି ମଦ ଜବତ କରାଯାଇଛି । ଏହା ସହ ଡ୍ରିମର୍ ନାମକ ଲେବୁଲିଂ ଷ୍ଟିକର ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ଗାଡ଼ିର ଡ୍ରାଇଭର ଗିରଫ ହୋଇଛି । ରାଜ୍ୟ ବାହାରୁ ଏହି ମଦ ଓଡ଼ିଶାକୁ ଆସୁଥିବା ବେଳେ କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନାନୁଯାୟୀ, ଅଭିନବ ଉପାୟରେ ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିଲା ବିଦେଶୀ ମଦ । ଗାଡ଼ିର ସାମ୍ନା ଏବଂ ପଛପଟେ ଇଟା ରଖି ମଝିରେ ଚାଲାଣ ହେଉଥୁଲା ମଦପେଟି । ଆଠଗଡ଼ ଅଞ୍ଚଳରେ ମଦ ଚାଲାଣ ହେଉଥିବା ନେଇ ପୂର୍ବରୁ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ଅବକାରୀ ବିଭାଗ ଏବଂ ମୋବାଇଲ ସ୍କ୍ୱାର୍ଡ ମିଳିତ ଭାବରେ ନରସିଂହପୁର ଏକଡାଳ ପେଟ୍ରୋଲ ଟାଙ୍କି ନିକଟରେ ଏକ ଆଇଚର୍ ଗାଡ଼ି ଉପରେ ଚଢାଉ କରିଥିଲେ । ତେବେ ଏହି ରେଡ୍‌ରେ ୨୦୪ ଟି ମଦ ପୋଟି ଜବତ କରାଯାଇଥିଲା । ପ୍ରତ୍ୟେକ ପେଟିରେ ୧୪ଟି ମଦ ବୋତଲ ରହିଥିଲା । ଅର୍ଥାତ ଉକ୍ତ ଗାଡ଼ିରୁ ସମୁଦାୟ ୨,୮୫୬ଟି ମଦ ବୋତଲ ଜବତ ହୋଇଥିଲା । ପ୍ରତ୍ୟେକ ବୋତଲରେ ୭୫୦ ମିଲିଲିଟର ମଦ ରହିଛି । ଏହି ମଦ ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିଲା ବୋଲି ଜଣାପଡ଼ିଛି । ଏହି ଘଟଣାରେ ଡ୍ରିମର୍ ନାମକ ଲେବୁଲିଂ ଷ୍ଟିକର ଜବତ କରି ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଏନେଇ ସୂଚନା ଦେଲେ ଅବକାରୀ ସୁପରିଟେଡେଣ୍ଟ କରୁଣା ଶଙ୍କର ତିୱାରୀ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.