କଟକ,୨୯/୫ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ପ୍ରତିକ୍ରିୟା । ସବୁ ଜିଲ୍ଲା ଏସପିଙ୍କୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ । ବାରଙ୍ଗ ଘଟଣାରେ ମୋ ପାଖରେ ତଥ୍ୟ ନାହିଁ ସିପିଙ୍କୁ କୁହାଯାଇଛି ତଦନ୍ତ କରି ରିପୋର୍ଟ ଦେବା ପାଇଁ ।
- ପୋଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ପ୍ରେସମିଟ୍
- ଅପରାଧୀଙ୍କୁ ନିସ୍ତାର ଦିଆଯିବ ନାହିଁ
- ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ
- ପ୍ରତି ଥାନା ଅଞ୍ଚଳରେ ଅପରାଧୀଙ୍କ ତାଲିକା ପ୍ରସ୍ତୁତ
- ଅପରାଧ ଦମନ ପାଇଁ ପୋଲିସ ତତ୍ପର
- ପାଲଟା ଆକ୍ରମଣ କଲେ ଏନକାଉଣ୍ଟର କରିବ ପୋଲିସ
- ବାଂଲାଦେଶୀ ଅନୁପ୍ରବେଶ ପାଇଁ ଆଲର୍ଟ କରାଯାଇଛି
ପୋଲିସର ଥାର୍ଡ଼ ଡିଗ୍ରୀର ସେଭଳି କୌଣସି ଉଦ୍ଦେଶ୍ୟ ନାହିଁ। ଓଡ଼ିଶାରେ ବାଂଲାଦେଶୀଙ୍କ ଉପରେ କଡ଼ା ନଜର ରହିଛି । ବିଭିନ୍ନ ଥାନା ଓ ମେରାଇନ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ନଜର ରଖିବା ପାଇଁ । ପୋଲିସର ଏନକାଉଣ୍ଟର ଉଦ୍ଦେଶ୍ୟ ନୁହେଁ, ପୋଲିସ ଉପରେ ଯେତେବେଳେ ଅପରାଧୀ ଆକ୍ରମଣ ବା ଗୁଳି ଚାଳନା କିମ୍ବା ବମ୍ବିଂ କରିଥାନ୍ତି ପୋଲିସ ନିଜର ସେଲ୍ଫ ଡିଫେନ୍ସ ପାଇଁ ଏନକାଉଣ୍ଟର କରିଥାଏ ବୋଲି ପୋଲିସ ଡିଜି ଶ୍ରୀ ଖୁରାନିଆ କହିଛନ୍ତି ।