ପ୍ରମୂଖ ଖବର
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ

Published By : Prameya | December 11, 2024 10:59 PM

କଟକ, ୧୧/୧୨ :  ଓଡିଆ ସାହିତ୍ୟ ସାଧକମାନଙ୍କୁ ପ୍ରେରଣା ଦେଵା ପାଇଁ ତଥା ସମ୍ମାନିତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ତାଙ୍କ ପରିବାର। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରିବା ଲାଗି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଣୟନ କରାଯାଇଛି । 

ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନର ପୁରସ୍କାର ରାଶି ସ୍ଵରୁପ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥ ରାଶି ଜଷ୍ଟିସ ଦୀପକ ମିଶ୍ରଙ୍କ ପରିବାର ତରଫରୁ ପ୍ରଦାନ କରାଯିଵ।ଆଗାମି ତିନି ଵର୍ଷ ପର୍ଯ୍ୟନ୍ତ ଏହି ପୁରସ୍କାର ରାଶି ଵାଵଦ ୩ଲକ୍ଷ ଟଙ୍କାର ଏକ ଚେକ୍ ଓ ତିନି ଵର୍ଷ ଏହି ସାହିତ୍ୟ ସମ୍ମାନ ସଭା ଆୟୋଜନ ପାଇଁ ଏକ  ଲକ୍ଷ କୋଡିଏ ହଜାର ଟଙ୍କାର ଏକ ଚେକ୍ ଜଷ୍ଟିସ ଦୀପକ ମିଶ୍ରଙ୍କ ପରିଵାର ତରଫରୁ ଉତ୍କଳ ସାହିତ୍ୟ ସମାଜକୁ ପ୍ରଦାନ କରାଯାଇଛି। ପ୍ରତି ବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ବତ ଉତ୍ସବରେ ଜଷ୍ଟିସ୍ ଦୀପକ ମିଶ୍ର ସାରସ୍ବତ ସମ୍ମାନ ପ୍ରଦାନ କରାଯିବ । ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ୧ଲକ୍ଷ ଟଙ୍କା ଅର୍ଥରାଶି ଥାଇ ସମ୍ମାନ ପ୍ରଣୟନ କରାଯାଇଥିବା କହିଛି ଉତ୍କଳ ସାହିତ୍ୟ ସମାଜ । ଜଷ୍ଟିସ୍ ଦୀପକ ମିଶ୍ର ଉପସ୍ଥିତିରେ ତାଙ୍କର କଟକ କନିକାଛକସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ୍ ମିଶ୍ର ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.