ଭୁବନେଶ୍ବର,୮।୬ : ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। 

ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡ଼ିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ଜାଗା ଚି଼ହ୍ନଟ ହୋଇଛି। ଏହା ମଲ୍ଟି କନଭେନସନ ସେଣ୍ଟର ହେବ। ଲୋକଙ୍କ ରହଣି ସହ ୧୦  ହଜାର ଲୋକ ବସିବାର ସୁବିଧା ରହିବ।  ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲଡିଂ  ତିଆରି ହେବ ।ସମୟ ସୀମା ଭିତରେ  ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ।  ନୂଆ ଟେକ୍ନୋଲୋଜି ଜରିଆରେ କେମିତି କମ ଖର୍ଚ୍ଚରେ ନିର୍ମାଣ ହେବ ।  ଏ ନେଇ IBC ସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିୟରଙ୍କୁ ଏ ନେଇ ଟ୍ରେନିଂ ଦିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।