ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କିଟ୍‌ରେ ଅସହାୟ ଅବସ୍ଥାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ପଠାଇଦେବା ପରିତାପର ବିଷୟ, କାର୍ଯ୍ୟାନୁଷ୍ଠାନ ଦାବି କଲା ଲୋକଶକ୍ତି ଅଭିଯାନ

Published By : Suraj Kumar | February 19, 2025 6:08 PM

 ଭୁବନେଶ୍ବର,୧୯।୨ :  କିଟ୍ ବିଶ୍ୱବିଦ୍ୟାଳୟରେ  ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷଙ୍କୁ  ଲୋକଶକ୍ତି ଅଭିଯାନର ସଭାପତି ଚିଠି ଲେଖିଛନ୍ତି।

ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା  କହିଛନ୍ତି ଯେ, ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳର ଛାତ୍ରଛାତ୍ରୀଙ୍କ ମାନବିକ ଅଧିକାର ଉପରେ ଆକ୍ରମଣ କରାଯାଇଛି।  ସେମାନଙ୍କ ପ୍ରତି ଅମାନବୀୟ ବ୍ୟବହାର ସହ ଜବରଦସ୍ତ ହଷ୍ଟେଲରୁ ବାହାର କରି ଦେବା ଓ ବିନା ସୁରକ୍ଷାରେ ରେଳ  ଷ୍ଟେସନରେ  ଛାଡ଼ିଦେବା ଘଟଣାକୁ ନିନ୍ଦା କରିଛନ୍ତି। 

ଏହି ଘରୋଇ ଶିକ୍ଷା ସଂସ୍ଥା ମାଗଣାରେ  ହଜାର ହଜାର ପିଲାଙ୍କୁ ପଢ଼ାଉଥିବା ଦାବୀ କରୁଥିବା ବେଳେ ଏହାର କୌଣସି ସତ୍ୟତା ନାହିଁ। ଆଦିବାସୀଙ୍କ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଠାରୁ ଅନୁଦାନ ଆସୁଛି। ଏବେ ଜଣେ ଛାତ୍ରୀର ଆତ୍ମହତ୍ୟାକୁ ଲୁଚାଇ ଦେବା ଷଡ଼ଯନ୍ତ୍ରକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅସହାୟ ଅବସ୍ଥାରେ ବିଶ୍ୱବିଦ୍ୟାଳୟରୁ ବାହର କରି ନିଜ ଦେଶକୁ ପଠାଇଦେବା ପରିତାପର ବିଷୟ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷଙ୍କ ନିକଟକୁ ପତ୍ର ଲେଖିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.