ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ

Published By : Prameya | February 24, 2025 8:45 AM

ପୁରୀ,୨୪/୦୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଲୋକନାଥ । ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲାଗି  ହୋଇଥିବା ପୂଜା ସାମଗ୍ରୀରେ ବୁଡି ରହିଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯିବ।। କ୍ଷୀର, ସର, ଛାଚି, ଛେନା, କଦଳୀ, ଖଇକୋରା, ବେଲପତ୍ର, ଅରଖଫୁଲ, ମାନସିକ ରୂପ ଆଦି ସଫା କରାଯାଉଛି।  ରାତ୍ର ୨ଟା ୩୦ରେ ଦ୍ୱାର ଖୋଲାଯାଇ ମଙ୍ଗଳଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା,  ଦ୍ୱାରପାଳପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ବଢ଼ିବା ପରେ  ସକାଳ ୬ରୁ ପଙ୍କୋଦ୍ଧାର ନୀତି ଚାଲିଛି।

ପଙ୍କୋଦ୍ଧାର ନୀତିକାନ୍ତି ପୂର୍ବାହ୍ନ ୧୧ଟାରେ  ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ପଙ୍କୋଦ୍ଧାର ସରିବା ପରେ ମହାପ୍ରଭୁଙ୍କ ମାଘ ସ୍ନାନ ନୀତି କରାଯାଇ ମଧ୍ୟାହ୍ନ ୧୨ଟା ଭିତରେ  ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ୧୦ଟା ପର୍ଯ୍ୟନ୍ତ  ଜାରି ରହିବ ।ଶ୍ରଦ୍ଧାଳୁମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିବେ  ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଛି ।  ଗହଳିକୁ ଦୃଷ୍ଟିରେ ରଖି ଲୁଟେରା ଓ ଚୋରଙ୍କୁ ଜଗିବା ଲାଗି  ପୁଲିସ ତରଫରୁ ବ୍ୟାପକ ଭାବେ ଫୋର୍ସ ମୁତୟନ କରାଯାଇଛି । 

ବାବା ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି  ପାଇଁ ଲୋକନାଥ ମନ୍ଦିରରେ ଏହି  ନୀତି ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ  ବ୍ୟାପକ ବ୍ୟବସ୍ଥା କରିଛି । ଲୋକନାଥ ମନ୍ଦିର  ଭିତରେ ୨ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର୍‌,  ୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୨ ଜଣ  ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୫୬ ଜଣ ହୋମ୍‌ଗାର୍ଡ,  ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି  ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନ୍ସପେକ୍ଟର୍‌, ୨  ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪ ଜଣ ହାବିଲ୍‌ଦାର  ଓ କନ୍‌ଷ୍ଟେବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ  ଫୋର୍ସ ମୁତୟନ ହୋଇଛନ୍ତି ।

ରବିବାର ରାତିରୁ  ଜଣେ ଲେଖାଏଁ ଡିଏସ୍‌ପି, ଇନ୍ସପେକ୍ଟର୍‌, ଏସ୍‌ଆଇ  ଓ ଏଏସ୍‌ଆଇ, ୧ ସେକ୍ସନ ଫୋର୍ସ ଜଗି ରହିଛନ୍ତି । ଟ୍ରାଫିକ  ପାଇଁ ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର, ୪ ଜଣ  ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ଜଣ ହାବିଲ୍‌ଦାର୍‌ ଓ  କନ୍‌ଷ୍ଟେବଳ, ୧୦ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି। । କଣ୍ଟ୍ରୋଲ୍‌ରୁମ୍‌ ପାଇଁ ଜଣେ ଡିଏସ୍‌ପି, ୨  ଜଣ ଇନ୍ସପେକ୍ଟର୍‌, ୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪  ଜଣ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୪ ଜଣ ହୋମଗାର୍ଡ,  ୪ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି । ତେବେ  ପଙ୍କୋଦ୍ଧାର ଏକାଦଶୀ ପାଇଁ ପୁରୀ ପୁଲିସ ପକ୍ଷରୁ  ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ମୋଟ ୫ ଜଣ  ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର୍‌, ୪୧ ଜଣ ଏସ୍‌ଆଇ  ଓ ଏଏସ୍‌ଆଇ, ୭୨ ଜଣ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ,  ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ୍‌ ୧ ସେକ୍ସନ  ଫୋର୍ସ ନିୟୋଜିତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.