ଭୁବନେଶ୍ୱର,୧୬/୧୨: ନ୍ୟୁ  ଜାଗମରା ରୋଡ୍‌ରେ “ଲଣ୍ଡନ ବେରୀ’ର  ପ୍ରଥମ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ  ହୋଇଯାଇଛି । ହକି ଇଣ୍ଡିଆର ସଭାପତି  ତଥା ଭାରତୀୟ ହକି ଟିମ୍‌ର ପୂର୍ବତନ  ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ  ମୁଖ୍ୟ ଅତିଥି, ସୁମା ରିୟଲ ମିଡ଼ିଆ,  ପ୍ରମେୟ ଓ ନ୍ୟୁଜ୍‌-୭ ଗ୍ରୁପର ସିଇଓ  ସୁନିଲ କୁମାର ଦାସ ସମ୍ମାନିତ ଅତିଥି  ଭାବେ ଯୋଗ ଦେଇ ଆଉଟଲେଟକୁ  ଉଦ୍‌ଘାଟନ କରିଥିଲେ । ଏହି ଅବସରରେ  ଭୁବନେଶ୍ୱର ଫ୍ରାଞ୍ଚାଇଜ ପାର୍ଟନର ଲିନା  ବେଉରା ଏବଂ ଯାଜପୁର ଫ୍ରାଞ୍ଚାଇଜ  ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ ଉପସ୍ଥିତ  ଥିଲେ । କମ୍ପାନୀ ପକ୍ଷରୁ ଏବେ ଗୋଟିଏ  ସହିତ ୩ଟି ଓ ୨ଟି ସହ ୬ଟି  ସାମଗ୍ରୀ ମାଗଣା ରହିବ । ଏଥିସହ  ଶୀତବସ୍ତ୍ରରେ ୭୦ ପ୍ରତିଶତ ରିହାତି ଚାଲିଛି ବୋଲି ଫ୍ରାଞ୍ଚାଇଜ ପାର୍ଟନର  ଓନର ଲିନା ବେଉରା କହିଛନ୍ତି । ଓଡ଼ିଶାର  ସବୁ ଜିଲ୍ଲାରେ ଅଧିକ ଆଉଟଲେଟ  ଖୋଲିବାକୁ ଲକ୍ଷ୍ୟ ରହିଛି ବୋଲି  କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ  ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।