କଟକ,୧୬/୦୭: କଟକ ଛତ୍ରବଜାରରେ ଲୁଟ୍ । ବାଇକ୍ରେ ଯାଉଥିବା ବେଳେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କଲେ ଦୁର୍ବୃତ୍ତ । ଏହି ସମୟରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ଲୋକେ ଧରିବାରେ ସଫଳ ହେଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ପଚରା ଉଚରା କରି ତାର ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ମାଲଗୋଦାମ ଥାନା ପୁଲିସ ।
ଛତ୍ରବଜାର କେନାଲ ରୋଡ୍ରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ବାଇକ୍ରେ ବସି ଯିବା ବେଳେ ଦୁର୍ବୁତ୍ତ ସେମାନଙ୍କୁ ପିଛା କରିଥିଲେ। ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଉଥିବା ବେଳେ ଚଳନ୍ତା ବାଇକ୍ରୁ ମହିଳା ଜଣକ ଖସି ପଡ଼ିଥିଲେ। ମହିଳା ଜଣକ ତଳେ ପଡିବା ଦେଖି ଦୁର୍ବୃତ୍ତ ଜୋରରେ ଗାଡି ସହ ଫେରାର ହେବା ମଧ୍ୟରେ ସାମ୍ନରେ କିଛି ଲୋକ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ । ଲୋକଙ୍କ ହାବୁଡ଼ରେ ଜଣେ ପଡ଼ିଥିବା ବେଳେ ଅନ୍ୟ ଜଣେ ଖସିଯାଇଥିଲା। ଧରା ପଡ଼ିଥିବା ଅଭିଯୁକ୍ତ ଲୁଟେରାକୁ ଲୋକେ ଘଟଣା ସ୍ଥଳରେ ଉତ୍ତମ ମଧ୍ୟମ ଦେଇଥିଲେ। ମାଡ଼ରେ ଘାଇଲା ହୋଇଥିବା ଅଭିଯୁକ୍ତକୁ ଲୋକେ ମାଲଗୋଦାମ ଥାନା ପୁଲିସକୁ ଡକାଇ ଜିମା ଦେଇଥିଲେ। ସମ୍ପୃକ୍ତ ଅଭିଯୁକ୍ତ ଏବେ ଥାନାରେ ପୁଲିସ ହେପାଜତରେ ରହିଛି । ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ପଚରା ଉଚରା କରି ତାର ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ଆହତ ହୋଇଥିବା ମହିଳା ଏବେ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି।