ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦମ୍ପତିଙ୍କ ହାତ ବାନ୍ଧି ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | April 13, 2025 10:27 AM

ଭୁବନେଶ୍ୱର, ୧୩/୦୪: ପୋଷ୍ଟ ମାଷ୍ଟର ଘରୁ ଲୁଟ୍‌ । ସ୍ୱାମୀ ସ୍ତ୍ରୀଙ୍କ ହାତ ବାନ୍ଧି, ଆଖିରେ ପଟି ବାନ୍ଧିବା ସହ ମୁଣ୍ଡରେ ଲୁହା ରଡ୍‌ ଲଗାଇ ୫ ଲକ୍ଷ ଟଙ୍କା, ସୁନା ହାର, ଦୁଇ ହଳ କାନଫୁଲ ଓ ୨ ଶହ ଗ୍ରାମ ସୁନା ଲୁଟ୍‌ । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗ୍ରାମର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକ ଘରୁ ଡକାୟତି ହୋଇଛି ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୪ ଜଣ ଡକାୟତ ମୁହଁରେ କପଡା ବାନ୍ଧି ଦୁଇ ଘଣ୍ଟା ଧରି ବାଟକୃଷ୍ଟ ଘରେ ଲୁଟପାଟ କରିଥିଲେ । ଘରେ ପଶି ପୋଷ୍ଟ ମାଷ୍ଟର ବାଟକୃଷ୍ଟ ଓ ସ୍ତ୍ରୀ ସୁରତୀଙ୍କୁ ହାତ ବାନ୍ଧି ଆଖିରେ ପଟି ବାନ୍ଧିବା ପରେ ହତ୍ୟା ଧମକ ଦେଇ ଲୁଟ୍‌ କରିଥିଲେ । ତେବେ ଗତ ଦୋଳ ପୂର୍ଣ୍ଣିମା ଦିନ ସେହି ଗାଁ ରାମଚନ୍ଦ୍ର କର ଘରେ ଡକାୟତ ପସି ହାତ ଗୋଡ଼ ବାନ୍ଧି ସୁନା ଗାହଣ ଓ ଟଙ୍କା ଲୁଟ କରି ନେଇଥିଲେ । ଦୁଇଟି ଘଟଣାରେ ପୋଲିସ ହାତ ଖାଲିକରି ବସିଛି । ଉଭୟ ଘଟଣା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ପୋଲିସ ଉଭୟ ଘଟଣାରେ ଡକାୟତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.