ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଚାନ୍ଦବାଲିରେ ଦିନ ଦ୍ଵିପ୍ରହରରେ ଚୋରି, ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

Published By : Prameya | May 15, 2025 12:45 PM

ଚାନ୍ଦବାଲି ୧୫/୦୫ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁରେ ଦିନ ଦ୍ଵିପ୍ରହରରେ ଲୁଟ୍। ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ଟଙ୍କା। ଗୁରୁବାର ମଧ୍ୟାହ୍ନ ୧୨ଟା ୫୩ରେ କାଳୀମନ୍ଦିର ପାଖରେ ଦେବେନ୍ଦ୍ର ପଲ୍ଲାଇଙ୍କ ଠାରୁ ଲୁଟ୍ ହୋଇଛି। ଏନେଇ ସେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। 

ଅଭିଯୋଗ ମୁତାବକ, ଦେବେନ୍ଦ୍ର ପଲ୍ଲାଇ ଦିନ ୧୨ଟା ବେଳେ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଏହାପରେ ବସ୍‌ରେ ଜଳଧରପୁର ଯିବା ପାଇଁ ଚାନ୍ଦବାଲି ଇକୋ ବ୍ୟାଙ୍କ ପାଖରେ ବସକୁ ଅପେକ୍ଷା କରିଥିଲେ। ଟଙ୍କା ବ୍ୟାଗଟିକୁ ପାଖରେ ରଖି ବସିଥିବା ବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯିବାରୁ କେହି ଅଜଣା ଦୁର୍ବୃତ୍ତ ବ୍ୟାଗ ଚୋରି କରି ନେଇଥିଲା। ବହୁତ ଖୋଜାଖୋଜି କରି ନୟାନ୍ତ ହେବା ପରେ ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତେବେ ପାଖ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲେ ଚୋର ଧରା ପଡ଼ିବ ବୋଲି ଦେବେନ୍ଦ୍ର କହିଛନ୍ତି। ଘଟଣାକୁ ନେଇ ଚାନ୍ଦବାଲି ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

ଅନ୍ୟପଟେ କିଛି ଦିନ ତଳେ ଦୁଇ ଟଙ୍କା ପାଇଁ ଦିଗଛିଆ ନାଲୁଗୁଣ୍ଡା ରାସ୍ତା କଡ଼ରେ ଥିବା ଦୋକାନୀ ଉପରେ ଗୁଳି ମାଡ଼ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହଁ। ଦିନକୁ ଦିନ ଚାନ୍ଦବାଲି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହିତ ଚୋରି ଡକାୟତି ଘଟଣା ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ହେବା ସହିତ ପୋଲିସ ପାଟ୍ରୋଲିଂ ବଢାଇବାକୁ ଏବଂ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.