ବାମରା,୧୫/୧୧: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବାସଭବନରୁ ଚୋରି । ପ୍ରାୟ ୬ ଜଣ ବନ୍ଧୁକଧାରୀ ଡକାୟତମାନେ ଘରେ ପଶି ୬ ରୁ ୭ ଲକ୍ଷ ଟଙ୍କାର ସୁନା ଗହାଣା ଓ ନଗଦ ଲୁଟି ନେଇଛନ୍ତି । ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ୍ର ସାନ ଡୁମେରମୁଣ୍ଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରୁ ଏହି ଲୁଟ୍ ହୋଇଛି ।
ସୂଚନା ମୁତାବକ, ଗୁରୁବାର ରାତିରେ ସରୋଜ ନାୟକ ତାଙ୍କ ଘରେ ଥିଲେ । ଏହି ସମୟରେ ପ୍ରାୟ ୬ ଜଣ ଦୁର୍ବୃତ୍ତ ହଠାତ ତାଙ୍କ ଘର ଭିତରକୁ ବଳ ପୂର୍ବକ ପଶି ଆସିଥିଲେ । ଘରେ ପଶି ବନ୍ଧୁକଧାରୀ ଡକାୟତମାନେ ୬ରୁ ୭ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ଲୁଟି ନେଇଥିଲେ । ପରେ ଏନେଇ ଗରପୋସ ଫାଣ୍ଡିରେ ଅଭିଯୋଗ କରିଥିଲେ ସରୋଜ ନାୟକ । ଉକ୍ତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି ଗରପୋସ ଫାଣ୍ଡି ପୋଲିସ ।