ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜଗନ୍ନାଥ ମନ୍ଦିରରୁ ଲୁଟ୍‌: ଦିଅଁଙ୍କ ସୁନା ଚିତା ସହ ହୁଣ୍ଡି ତାଡ଼ିନେଲେ ଦୁବୃର୍ତ୍ତ, ପୋଲିସର ତଦନ୍ତ ଆରମ୍ଭ

Published By : Harapriya Sethi | February 9, 2025 1:10 PM

ଫୁଲବାଣୀ,୦୯/୦୨: ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ହୁଣ୍ଡି ତାଡି ନେଇଛନ୍ତି । ଏଥିସହ ଦିଅଁଙ୍କ ମସ୍ତକରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି ପୋଲିସ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଆଜି ଭୋରରୁ ମନ୍ଦିର ବଡ଼ପଣ୍ଡା ପୂଜା ପାଇଁ ପହଞ୍ଚିବା ବେଳେ ମୂଖ୍ୟ କବାଟ ତାଲା ଭାଙ୍ଗିଯାଇଥିବା ସହ ଦ୍ୱିତୀୟ କବାଟ ମଧ୍ୟ ଭଙ୍ଗାଯାଇଥିବା ଦେଖିଥିଲେ । ମନ୍ଦିରରେ ହୁଣ୍ଡି ନ ଥିବା ମଧ୍ୟ ଦେଖିଥିଲେ ପୂଜାରୀ । ଭିତରକୁ ଯିବା ପରେ ତିନି ଠାକୁରଙ୍କ ମସ୍ତକରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ସେ ଦେଖିଥିଲେ । ଏହାପରେ ପୂଜାରୀ ମନ୍ଦିର ପରିଚାଳନା କମିଟିକୁ ଖବର ଦେବା ପରେ କମିଟି ତରଫରୁ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। । ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଚୋରି ହୋଇଥିବା ହୁଣ୍ଡି ମନ୍ଦିର ପଛପଟେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ କିଛିଦିନ ତଳେ ମନ୍ଦିରରେ ନୂତନ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଥିଲା। ତେଣୁ, ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁନାଶୀର ମହାପାତ୍ର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.