ବାରଙ୍ଗ, ୨୯/୦୯: ରବିବାର ବିଳମ୍ବିତ ରାତିରେ ଜଣେ ଚୋର କଟକ ଜିଲ୍ଲାନରଣପୁର ରାମେଶ୍ବର ମନ୍ଦିରରୁ ତାଲା ଭାଙ୍ଗି ଚୋରି କରିଛି। ସବୁଠାରୁ ବଡ କଥା ହେଲା, ଚୋର ଇଣ୍ଟର ଲକ୍ ଭାଙ୍ଗି ଚୋରି କରିଛି। ମନ୍ଦିର ପୂଜକଙ୍କ ଘର ଓ ମନ୍ଦିର ହୁଣ୍ଡିର ଇଣ୍ଟର ଲକ୍ ଭାଙ୍ଗି ପିତଳ ବାସନ, ଘଣ୍ଟ ଓ ଟଙ୍କା ଚୋରି କରିଛି। ଘଟଣା ସ୍ଥଳରେ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ପହଞ୍ଚି ମନ୍ଦିର ସିସିଟିଭି ଦେଖି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, କ୍ରିକେଟ ଖେଳର ଫାଇଦା ଉଠାଇଲା ଚୋର। ସମସ୍ତେ ଇଣ୍ଡିଆ ପାକିସ୍ତାନ ଫାଇନାଲ ମ୍ୟାଚ୍ରେ ମସଗୁଲ୍ ଥିବାବେଳେ ମନ୍ଦିରରେ କଳାକନା ବୁଲାଇଲା ଚୋର । ପ୍ରତ୍ୟେକ ଦିନ ରାତିରେ ପୂଜକ ମନ୍ଦିରରେ ରୁହନ୍ତି। ହେଲେ ରବିବାର କ୍ରିକେଟ୍ ମ୍ୟାଚ ଥିବାରୁ ପୂଜକ ଖେଳ ଦେଖିଥିଲେ । ରବିବାର ରାତିରେ ଆଉ ମନ୍ଦିରକୁ ଆସିପରିନଥିଲେ। ଯାହାର ଫାଇଦା ଉଠାଇ ମନ୍ଦିରରୁ ଚୋରି କରିଛି ଚୋର । ମନ୍ଦିର ପୂଜକଙ୍କ ଘର ଓ ମନ୍ଦିର ହୁଣ୍ଡିର ଇଣ୍ଟର ଲକ୍ ଭାଙ୍ଗି ପିତଳ ବାସନ, ଘଣ୍ଟ ଓ ଟଙ୍କା ଚୋରି ନେଇଛି । ସୋମବାର ଭୋରୁ ପୂଜକ ମନ୍ଦିରକୁ ଆସିବା ପରେ ଚୋରି ହୋଥିବା ଜାଣିବାକୁ ପାଇଥିଲେ । ଏସମ୍ପର୍କରେ ଜାଣି ମନ୍ଦିର କମିଟି ଓ ପୁଲିସକୁ ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ପହଞ୍ଚି ମନ୍ଦିର ସିସିଟିଭି ଦେଖି ତଦନ୍ତ ଆରମ୍ଭ କରିଛନ୍ତି।