ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାମପୁରର ଦୁଇଟି ଦୋକାନରୁ ଚୋରି,୨ଗିରଫ

Published By : Anindita Ratha | July 13, 2025 11:44 AM

ସିଂଘିଯୁବା,୧୩/୦୭:ସୁବର୍ଣ୍ଣପୁର ଜିଲ୍ଲା ରାମପୁର ବଜ଼ାରରେ ଥିବା ବହୁ ପ୍ରତିଷ୍ଠିତ କପଡା ଓ ସୁନା ଦୋକାନର  ଚୋରି।  ଦୁଇ ଜଣ ଚୋରକୁ ରାମପୁର ପୁଲିସ ଧରିଥିବାବେଳେ ଜଣେ ଫେରାର ଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗତକାଲି ମଧ୍ୟ ରାତ୍ରିରେ ରାମପୁର ବସ୍ତି ରୋଡସ୍ଥିତ ଜେ. କିଶନ ମେହେର କପଡା ଦୋକାନ ଓ ସରଫ ଜୁଏଲେରୀରେ ତିନି ଜଣ ଚୋର ପଶିଥିଲେ।  ସେଠାରେ ଷ୍ଟ୍ରିଟ ଲାଇଟ ଜଳୁନଥିବା ବେଳେ ଅନ୍ଧାରର ସୁଯୋଗ ନେଇ ତିନି ଜଣ ଦୁର୍ବୁତ୍ତ ଦୋକାନକୁ ତାଡି ଚୋରି କରୁଥିଲେ। ଏନେଇ ରାମପୁର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସନ୍ଧେହ ହେବାରୁ ପାଖକୁ ଯାଇ ଉଭୟ ଦୁଇ ଚୋରକୁ ଧରି ଥିବାବେଳେ ଜଣେ ଫେରାର ମାରିଥିଲା। ତେବେ ଧରା ପଡ଼ିଥିବା ଚୋର ହେଲେ ବସେକେଲର ରତ୍ନା ରାୟ,ରାଇଟିକର ମିଳନ ସାହୁ  ଆଉ ଅନ୍ୟ ଜଣେ ଫେରାର ମାରିଥିବା ଚୋର ସମୟ ବୋଲି ଜଣାପଡିଛି। ଉଭୟ ଚୋରକୁ ଥାନାରେ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପଦ୍ମସିନୀ ମେହେର ସୂଚନା ଦେଇଛନ୍ତି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.