ଦିଗପହଣ୍ଡି,୪।୪ : ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଦିଗପହଣ୍ଡି:ପାଟପୁର ଅଂଚଳରେ ଘଟିଛି ଏହି ଘଟିଛି। ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ପାଟପୁର ଜଗନ୍ନାଥ ମନ୍ଦିର ସାହିର ପିଣ୍ଟୁ ସାହୁ ଙ୍କ ଘରୁ ଚୋରି ହୋଇଛି।
ପିଣ୍ଟୁ ଓ ତାଙ୍କ ପରିବାର ଲୋକେ ସଂଧ୍ୟାରେ ଶଶୁର ଘର ଜିଉରା ଗାଁ କୁ ଯାତ୍ରା ଦେଖିବା ପାଇଁ ଘରକୁ ତାଲା ପକାଇ ଯାଇଥିଲେ । ଶନିବାର ଭୋରୁ ଘରର କବାଟ ଖୋଲା ଥିବା ଘବର ପାଇଥିଲେ । ଘର ସମ୍ମୁଖ ଗେଟର ତାଲା ଭାଙ୍ଗିଥିବା ବେଳେ ଘର ମଧ୍ୟରେ ଥିବା ଆଲମିରା ଭାଙ୍ଗି ସୁନା ଗହଣା, ରୁପା ଅଳଙ୍କାର ସହ ଓ ୮୬୦୦ ଟଙ୍କା ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି