ଉଦଳା, ୨୫।୧ :  ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ ପଶି ବୁଲାଇଲେ କଳାକନା। ଲୁଟିନେଲେ ୧୫ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର। ଲୁଟର ଶିକାର ହୋଇଛନ୍ତି ଉଦଳା ଥାନା  ଅଧୀନ ୨ ନମ୍ବର ୱାର୍ଡରେ ରହୁଥିବା ଶିକ୍ଷକ ତ୍ରିଲୋଚନ ବେହେରା।

ଶିକ୍ଷକ ତ୍ରିଲୋଚନ ବେହେରା ତାଙ୍କ ଶ୍ୱଶୁର ଘରକୁ ଘର ପ୍ରତିଷ୍ଠା ନିମନ୍ତେ ଯାଇଥିଲେ। ହେଲେ ରବିବାର ଆସି ଘରେ ପହଂଚିବା ପରେ ଘର ପଛ ପାଖ ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ପଶିବା ପରେ ଦୁର୍ବୃତ୍ତ ମାନେ ଘରେ ପଶି ଲୁଟ କରିଥିବା ଜାଣିବାକୁ ପାଇଥିଲେ। ଲୁଟେରାମାନେ ଗଡ଼ରେଜ ଏବଂ କବଡ଼ ଭାଙ୍ଗି ସେଥିରେ ଥିବା ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସୁନା ଅଳଙ୍କାର ସହିତ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏପରିକି ଦୁର୍ବୃତ୍ତ ମାନେ ଲୁଟ କରିବା ପରେ ଘରେ ଗାମୁଛା ଏବଂ ବ୍ୟାଗ ଛାଡି ଚାଲି ଯାଇଛନ୍ତି। ଏ ନେଇ ତ୍ରିଲୋଚନ ଉଦଳା ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତା ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି।