ବାଣପୁର, ୨୮।୫ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୋଟ ନିକଟସ୍ଥ ମାଟିଆପୋଖରୀ ରାସ୍ତାରେ ଥିବା ପୂର୍ବତନ ସିଆରପିଏଫ ଅଧିକାରୀ ପ୍ରଦୀପ ବହୁବଳେନ୍ଦ୍ରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗ ହୋଇଛି l ବାଣପୁର ଥାନାରେ ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
କିଛିଦିନ ହେବ ପ୍ରଦୀପଙ୍କ ପତ୍ନୀ ଦେହ ଅସୁସ୍ଥ ରହିଛି l ପ୍ରଦୀପ ତିନିଦିନ ତଳେ ତାଙ୍କ ପତ୍ନୀଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ତିଟାଲକୁ ନେଇଥିଲେ l ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଗ୍ରୀଲ କବାଟ ଭାଙ୍ଗି ଘରଭିତରେ ପଶି ଆଲମିରା ମାନ ଭାଙ୍ଗିବା ସହ, ଦୁଇଟି ପଲଙ୍କ ଭାଙ୍ଗି ସେଥିରେ ଥିବା ଅଳଙ୍କାର, ଟଙ୍କା ନେଇଯାଇଥିଲେ l ବୁଧବାର ପ୍ରଦୀପ ଙ୍କ ଝିଅ ଓ ପୁତୁରା ଘରକୁ ଆସିବାରେ ଦେଖିବାକୁ ପାଇଥିଲେ ଗ୍ରିଲ କବାଟ ଭାଙ୍ଗିବା ସହ ଘରର ସମସ୍ତ କବାଟ ଭଙ୍ଗା ଯାଇଛି l ଏନେଇ ପ୍ରଦୀପଙ୍କ ଝିଅ ତାଙ୍କ ବାପାଙ୍କୁ ଫୋନ ଯୋଗେ ଜଣାଇଥିଲେ। ପ୍ରଦୀପ ତାଙ୍କ ବଡ଼ଭାଇ ପ୍ରସନଙ୍କୁ ଖବର ଦେଇଥିଲେ l ଏନେଇ ପ୍ରସନ ବାଣପୁର ଥାନାରେ ଅଭିଯୋଗ କରିବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛି l