ଚନ୍ଦନେଶ୍ଵର, ୨୪/୮( ଆ.ପ୍ର) ଭୋଗରାଇର କମର୍ଦ୍ଦା ଥାନା ଅଧୁନ ବେଣୁଦା ଛକ ନିକଟରୁ ବାଇକରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟେରା ଝାମ୍ପି ନେଇଛନ୍ତି । ଏନେଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ।
, ଜଳେଶ୍ଵର ବ୍ଲକ ଅଧୀନ ଖାଲିନା ପଂଚାୟତ ଅଧୁନ ସେହି ଗାଁର ବନ୍ଦନା ରାଣୀ ପାଳ,ସ୍ଵାମୀ ଓ ପିଲାଙ୍କୁ ନେଇ ଏକ ବାଇକରେ ଗୋଛିଦାରୁ ଜଳେଶ୍ଵରସ୍ଥିତ ଶାଶୁ ଘରକୁ ଫେରୁଥିଲେ । ବେଣୁଦା ଛକ ନିକଟରେ ପଛରୁ ଯୁବକ ଜଣକ ଏକ ବାଇକରେ ଆସି ୧୭ ଗ୍ରାମ ଓଜନର ସୁନା ଚେନ ଝାମ୍ପି ନିମିଷକ ମଧ୍ୟରେ ଫେରାର ହୋଇ ଯାଇଥିଲେ । ମହିଳା ଜଣକ ଚିତ୍କାର କରି ତାଙ୍କ ପିଛା କରିବାକୁ ଚେଷ୍ଟା କରି ବିଫଳ ହୋଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି। ଏକ ଦୋକାନରେ ଥିବା ସିସିଟିଭି କ୍ୟାମେରାରୁ ଲୁଟେରାଙ୍କ ଫଟୋ କଏଦ ହୋଇଛି। ତେବେ ସିସିଟିଭି କ୍ୟାମେରାରେ ଲୁଟେରାର ବାଇକ ଓ ମୁହଁ ସ୍ପଷ୍ଟ ଦେଖା ଯାଉଛି । ଯାହା ପୁଲିସ ତଦନ୍ତରେ ଅଧିକ ସହାୟକ ହେବ ବୋଲି ସାଧାରଣ ଲୋକେ ଆଲୋଚନା କରୁଛନ୍ତି ।