ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମହିଳାଙ୍କ ପାଇଁ ମୁହାଁମୁହିଁ ଦୁଇ ମହିଳା, ପ୍ରଥମ ଥର ହେଲା ଏମିତି ସଂଯୋଗ

Published By : Ankita S | February 24, 2025 1:11 PM

ନୂଆଦିଲ୍ଲୀ,୨୪/୦୨: ଦିନେ ଶାସନ କରୁଥିବା ଦଳ ଆଜି ବିରୋଧୀ ହୋଇଛି । ଲଗାତାର ଦୁଇ ଥର ଦିଲ୍ଲୀରେ କ୍ଷମତାସୀନ ଆପ୍ ଚଳିତ ବିଧାନସଭା ନିର୍ବାଚନରେ ବିଜେପିଠୁ ପରାସ୍ତ ହୋଇଛି । ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଆମ୍ ଆଦମୀ ପାର୍ଟି ବିରୋଧୀ ଦଳ ଭୂମିକା ତୁଲାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି । ଦିଲ୍ଲୀ ବିଧାନସଭାରେ ଏହା ପ୍ରଥମ ଯେ କୌଣସି ମହିଳା ବିରୋଧୀ ଦଳ ନେତା ହୋଇ ଶାସକ ଦଳକୁ ଘେରିବାକୁ ଯାଉଛନ୍ତି । ବିଧାନସଭାରେ ପ୍ରଥମ ଥର ପାଇଁ ବିରୋଧୀ ଓ ଶାସକ ଦୁଇ ମହିଳା ମୁହାଁମୁହିଁ ହୋଇଛନ୍ତି ।

ରେଖା ବନାମ ଆତିଶୀ- ଦିଲ୍ଲୀବାସୀ ଆମକୁ ବିରୋଧୀ ଦଳ ଦାୟିତ୍ବ ଦେଇଛନ୍ତି । ଆମେ ବିଧାନସଭାରେ ଦିଲ୍ଲୀବାସୀଙ୍କ ସ୍ବର ଉଠାଇବାକୁ ପ୍ରତିଶ୍ରୁତି ନେଇଛୁ । ବିରୋଧୀ ଦଳରେ ରହି ଆପ୍ ବିଜେପିର ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଇବ । ୨୫୦୦ ଟଙ୍କାର ଯେଉଁ ସହୟତା ଘୋଷଣା ହୋଇଥିଲା ତାକୁ କାର୍ଯ୍ୟକାରୀ କରାଇବାକୁ ଆପ୍ ପ୍ରାଥମିକତା ଦେବ । ବିଜେପି ଓ  ପିଏମ ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ଦେଇଥିଲେ ପ୍ରଥମ କ୍ୟାବିନେଟରେ ମହିଳାଙ୍କ ଖାତାକୁ ୨୫୦୦ଟଙ୍କା ଯିବା  ସ୍କିମ ପାସ୍ ହେବ । ମାର୍ଚ୍ଚ ୮ ଯାଏ ଏହାର ପ୍ରଥମ କିସ୍ତି ଥିଲା ଏହାକୁ ନେଇ ଆମେ ବିଧାନସଭାରେ ସ୍ବର ଉଠାଇବେ ।

ଆପ୍ ବିରୋଧରେ ଦିଲ୍ଲୀ ସରକାର ଆଣିଥିବା ଅଭିଯୋଗକୁ ନେଇ ଆତିଶୀ କହିଛନ୍ତି, '' ବିଜେପି ସରକାରର ଶପଥ ଗ୍ରହଣ ପୂର୍ବରୁ ହିଁ ମୁଁ ଭବିଷ୍ୟବାଣୀ କରିଥିଲି କି ସେ କାମ ଓ ପ୍ରତିଶ୍ରୁତି ପୂରଣ ନ କରିବାକୁ କୌଣସି ନା କୌଣସି ବାହାନା କରିବ । ଯେବେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସିଏମ ଥିଲେ ସେବେ ବଜେଟ୍ ୩୦ ହଜାର କୋଟି ଥିଲା । ହେଲେ ଆପ୍ ସରକାର ମାଗଣା ସରକାର ଚଳାଇଥିଲା । ମାଗଣା ପାନୀୟ ଜଳ, ବିଜୁଳି, ସ୍ବାସ୍ଥ୍ୟ ସେବା ଶିକ୍ଷା ଦେଇଥିଲେ । ଆଜି ବିଜେପି ପାଖରେ ଏହାଠୁ ଅଧିକ ବଜେଟ ଥାଇ ବି ସେ ଭଣ୍ଡାର ଖାଲି ଥିବା କହୁଛନ୍ତି ।

ଅଧିକ ପଢନ୍ତୁ...Delhi: ଆପ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା


ମାସକୁ ୨୫୦୦ ଟଙ୍କା ସ୍କିମକୁ ନେଇ ଘମାସାନ- ବିରୋଧୀ ଦଳ ନେତ୍ରୀ ଆଦିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବାକୁ ରେଖା ସରକାର କରିଥିବା ପ୍ରତିଶ୍ରୁତିକୁ ନେଇ ଆତିଶୀ ସିଏମ୍ ରେଖା ଗୁପ୍ତାଙ୍କୁ ଚିଠି ଲେଖିଛନ୍ତି । ମହିଳାଙ୍କୁ ମାସକୁ ୨୫୦୦ ଟଙ୍କାର ଯୋଜନାକୁ ନେଇ କଥା ଦେବାକୁ ସମୟ ମାଗିଛନ୍ତି । ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମାଆ-ଭଉଣୀଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ କାଗଜରେ ସୀମିତ ଅଛି । ତାହାକୁ ଶୀଘ୍ର ଆରମ୍ଭ କରାଯାଉ ବୋଲି ଚିଠିରେ ଲେଖିଛନ୍ତି ଆଦିଶୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.