ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବଡ଼ଠାକୁର ପହଣ୍ଡିରେ ପଡ଼ିଯିବା ଘଟଣା: ଭକ୍ତଙ୍କ ଭାବାବେଗ ସହ ଖେଳ, ତଦନ୍ତ ରିପୋର୍ଟକୁ ଚାପିଦେଲାପ୍ରଶାସନ

Published By : Prameya | November 5, 2024 3:07 PM

ପୁରୀ,୦୫/୧୧: ବଡ଼ଠାକୁରଙ୍କୁ ରଥ  ଚାରମାଳ ଉପରୁ ପକାଇ ଦେବା ଘଟଣାର ତଦନ୍ତ  ରିପୋର୍ଟକୁ ଚାପିଦେଲା ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ନେତୃତ୍ୱରେ ସିଟି ଡିଏସ୍‌ପି ଓ  ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ନେଇ ଯେଉଁ ୩ ଜଣିଆ  କମିଟି ଏହି ଘଟଣାକୁ ଆହୁରି ପୁଙ୍ଖାନୁପୁଙ୍ଖ ତଦନ୍ତ  କରିବାକୁ କୁହାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା  କମିଟି ନିଷ୍ପତ୍ତି ନେଇଥିଲା । ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ  ହୋଇନାହିଁ । ପୁନଃ ତଦନ୍ତ ନେଇ ଆଉ କୌଣସି  ନିର୍ଦ୍ଦେଶ ଆସିନି କିମ୍ବା ପଦକ୍ଷେପ ନିଆଯାଇନି ବୋଲି  ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କୈଳାଶ ଚନ୍ଦ୍ର ନାୟକ  କହିବା ପରେ ପ୍ରଶାସନିକ ଦାୟିତ୍ୱହୀନତା ଉପରେ ପୁଣି  ଅଙ୍ଗୁଳି ଉଠିଛି । ଭକ୍ତଙ୍କ ଭାବାବେଗ ସହ ପ୍ରଶାସନ  ଖେଳ ଖେଳୁଥିବା ଓ ଅଭିଯୁକ୍ତ ସେବାୟତଙ୍କୁ ସୁରକ୍ଷା  ଦିଆଯାଉଥିବା ଅଭିଯୋଗ ହୋଇଛି । 

୨ ମାସ ତଳେ ଅଗଷ୍ଟ ୩୦ରେ ବସିଥିବା  ପରିଚାଳନା କମିଟି ବୈଠକରେ ଘଟଣାକୁ ଆହୁରି  ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୁନଶ୍ଚ ପୂର୍ବ ୩ ଜଣିଆ  କମିଟିକୁ କୁହାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କହିଥିଲେ । ହେଲେ ତାଜୁବର ବିଷୟ ଏପର୍ଯ୍ୟନ୍ତ  ଏବାବଦରେ ପ୍ରଶାସନ ଗୋଟିଏ ବି ସମୀକ୍ଷା ବୈଠକ  ବସିନି । ଫଳରେ ପ୍ରଶାସନ ଏହି ଦୁଃଖଦ ଘଟଣାରେ  ଦୋଷୀଙ୍କୁ ଖସାଇ ଦେବାକୁ ଚେଷ୍ଟା କରିଥିବା  ସାଧାରଣରେ ସନ୍ଦେହ କରାଯାଉଛି । 

ଗତ ରଥଯାତ୍ରା ବେଳେ ବଡ଼ ଠାକୁରଙ୍କୁ ରଥ ଉପରୁ  ଆଡପ ବିଜେ ବେଳେ ଅସାବଧାନତା ହେତୁ ଫେପାଡ଼ି  ଦିଆଯାଇଥିଲା । ଏହି ଘଟଣାରେ ବହୁ ବରିଷ୍ଠ ଓ ଯୁବ  ସେବାୟତ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା  ସମଗ୍ର ବିଶ୍ୱରେ ଚହଳ ପକାଇଥିଲା । କୋଟି କୋଟି  ଶ୍ରୀଜଗନ୍ନାଥଙ୍କ ପ୍ରେମୀଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା । 

ଘଟଣା ଦିନ ରଥ ନିକଟରେ ତତ୍କାଳୀନ ମୁଖ୍ୟ  ପ୍ରଶାସକ ଅନୁପସ୍ଥିତ ରହିବା, ବଡ଼ ଠାକୁରଙ୍କ ପହଣ୍ଡି  ବେଳେ ବହୁଟ କଣ୍ଟରେ ଛାଟେଣିକୁ ଠିକ୍‌ ଭାବେ ବନ୍ଧା  ନଯିବା, ବାଡ଼ଗ୍ରାହୀ ଏଥିପ୍ରତି ଦୃଷ୍ଟି ନ ଦେବା, ଜିଲ୍ଲା  ପ୍ରଶାସନ ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ  ପ୍ରଶାସନର ଉପରିସ୍ଥ ଅଧିକାରୀମାନେ ଉପସ୍ଥିତ  ରହିବା ସତ୍ତେ୍ୱ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ  ସେବାୟତ ପହଣ୍ଡିରେ ସାମିଲ ହେବା, ପହଣ୍ଡି ବେଳେ  ବଡ଼ଠାକୁରଙ୍କ ପାଖରେ ଅଯଥା ଗହଳି କରିବା ଓ  ଫଟୋ ଉଠାଇବା ନେଇ ଅନେକ କଥା ଚର୍ଚ୍ଚାକୁ  ଆସିଥିଲା । ଫଳରେ ବଡ଼ ଠାକୁର ପଡ଼ି ଯିବା ସମୟର  ଭିଡିଓକୁ ତନଖି କରି ଦାୟିତ୍ୱରେ ଅବହେଳା କରିଥିବା  ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ  ବୋଲି ତତ୍କାଳୀନ ମୁଖ୍ୟ ପ୍ରଶାସକ କହିଥିଲେ । ତେବେ  ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ  ରହିଥିବାରୁ ଘଟଣା ପରଦିନ ତାଙ୍କୁ ବଦଳି କରାଯାଇ  ଡଃ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଘଟଣାର  ତଦନ୍ତ ୧୫ ଦିନ ଭିତରେ ତଦନ୍ତ ସାରିବାକୁ ୩ ଜଣିଆ  କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ମାସାଧିକ  କାଳ ବିଳମ୍ବ ନେଇ ବହୁ ଅଭିଯୋଗ ପରେ ଅଗଷ୍ଟ  ୩୦ରେ ବସିଥିବା ପରିଚାଳନା କମିଟି ବୈଠକରେ  ତଦନ୍ତ ରିପୋର୍ଟ ଉପସ୍ଥାପିତ ହୋଇଥିଲା । 

ଯେଉଁଥିରେ ତଦନ୍ତ ବେଳେ କମିଟି କାହାକୁ  ପଚରାଉଚରା କରିଥିଲେ ଓ ମହାପ୍ରଭୁ ବଡ଼ଠାକୁର  ପଡ଼ିଯିବାର ବେଳେ କେଉଁମାନେ ଉପସ୍ଥିତ ଥିଲେ  ତାହାକୁ ଉଲ୍ଲେଖ କରିଥିଲେ । ବଡ଼ଠାକୁର ପଡ଼ିଯିବାର  ୯ରୁ ଅଧିକ କାରଣ ସହ ଅନେକ ପ୍ରତିକାର ନିମନ୍ତେ  ପରାମର୍ଶ ଏଥିରେ ରହିଥିଲା । ମାତ୍ର ରିପୋର୍ଟରେ  କିଏ ଦୋଷୀ ତଦନ୍ତକାରୀ ୩ ଅଧିକାରୀ ସ୍ପଷ୍ଟ ଭାବେ  ଉଲ୍ଲେଖ କରି ନଥିଲେ । ତେଣୁ ଏହି ଘଟଣାକୁ ପୁନଶ୍ଚ ଉକ୍ତ କମିଟି ଦ୍ୱାରା ତଦନ୍ତ କରାଇ ନିର୍ଦ୍ଦିଷ୍ଟ କେଉଁ  ସେବାୟତଙ୍କ ଭୁଲ ବା ତ୍ରୁଟି ରହିଛି ରିପୋର୍ଟ ଦେବାକୁ  କୁହାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବଡ଼ଠାକୁରେ  ପଡ଼ିଯିବା ବେଳର ଭିଡ଼ିଓକୁ ଭଲଭାବେ ତନଖି କରି  ରିପୋର୍ଟ ପ୍ରସ୍ତୁତ କରିବାକୁ ଉକ୍ତ କମିଟିକୁ କୁହାଯିବ  ବୋଲିପରିଚାଳନା କମିଟି ବୈଠକ ପରେ ମୁଖ୍ୟ  ପ୍ରଶାସକ କହିଥିଲେ । ମାତ୍ର ଦୁଇ ମାସରୁ ଅଧିକ  ସମୟ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର  ପ୍ରଶାସନ ତଦନ୍ତକୁ ଚାପି ବସିଛି । ରଥଯାତ୍ରା ବେଳେ  ରଥ ଉପରେ ଅଣସେବାୟତ ଚଢ଼ିବା ଘଟଣାରେ  ମଧ୍ୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାରେ ଶ୍ରୀମନ୍ଦିର  ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ତେଣୁ ପ୍ରଶାସନିକ  କାର୍ଯ୍ୟ ଉପରେ ଲୋକଙ୍କ ଭରସା କମିବାରେ ଲାଗିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.