ପ୍ରମୂଖ ଖବର

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌: ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିଲାନି ଭାରତ, ୪୫କୋଟି ଟଙ୍କା କ୍ଷତି ସହିଲା ଲର୍ଡ୍ସ

Published By : Prameya | March 12, 2025 11:43 AM

ଲଣ୍ଡନ,୧୨/୦୩: ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌(୨୦୨୩/୨୫) ଫାଇନାଲ୍‌ ଆୟୋଜନ କରିବ । ଭାରତ ଏଥର ଫାଇନାଲ୍‌କୁ ଉନ୍ନୀତ ହୋଇପାରିନଥିବାରୁ ଲର୍ଡ୍ସକୁ କ୍ଷତି ସହିବାକୁ ପଡ଼ିଛି । ଆୟୋଜକ  ପାଖିପାଖି ୪୫କୋଟି ଟଙ୍କା କ୍ଷତି ସହିଛନ୍ତି । 

ସୂଚନାଯୋଗ୍ୟ, ତୃତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ଭାରତ ଏଥର  ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନଥିବାରୁ ଗ୍ୟାଲେରୀ ପୂର୍ଣ୍ଣ ହେବାର ଯଥେଷ୍ଟ  ସମ୍ଭାବନା ରହିଛି । ମେରିଲବନ କ୍ରିକେଟ୍‌  କ୍ଲବ୍‌(ଏମ୍‌ସିସି) ଫାଇନାଲ୍‌ ମ୍ୟାଚ୍‌ ପାଇଁ  ବହୁ ପୂର୍ବରୁ ଟିକେଟ୍‌ ବିକ୍ରି କରିସାରିଥିଲା । ସିଜନ ଆରମ୍ଭରୁ ଭାରତ ପଏଣ୍ଟ ତାଲିକାର  ପ୍ରଥମ ସ୍ଥାନରେ ରହି ଫାଇନାଲ୍‌ର ପ୍ରମୁଖ  ଦାବିଦାର ରହିଥିଲା । ତେଣୁ ଭାରତ ଫାଇନାଲ୍‌କୁ ଉନ୍ନୀତ ହେବ ବୋଲି ଆଶା ରଖି ଆୟୋଜକ ୯୦ୟୁରୋରୁ ୧୪୦ ୟୁରୋ ରଖିଥିଲେ । ଭାରତୀୟ ଫ୍ୟାନ୍‌ମାନେ ମଧ୍ୟ  ଟିକେଟ କିଣିସାରିଥିଲେ ।  

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୦-୩ରେ ଟେଷ୍ଟ ସିରିଜ ପରାଜିତ ହୋଇ ପଏଣ୍ଟ ତାଲିକାର ତୃତୀୟକୁ ଖସିଥିଲା । ଏହାପରେ ବର୍ଡର-ଗାଭାସ୍କର ଟ୍ରଫି ହାରିବା ସହ ଫାଇନାଲକୁ ଯୋଗ୍ୟତା ହରାଇବାରେ ବିଫଳ ହୋଇଥିଲା । ଫାଇନାଲ ମ୍ୟାଚ୍‌ ସମୟରେ ଦର୍ଶକ ଗ୍ୟାଲେରୀ ଖାଲି ପଡ଼ିବା ନିଶ୍ଚିତ ହୋଇଯାଇଥିଲା । ଫଳରେ ବାଧ୍ୟ ହୋଇ ଏମ୍‌ସିସି ଟିକେଟ୍‌ ମୂଲ୍ୟ ହ୍ରାସ କରିଛି । ୪୦ରୁ ୯୦ ୟୁରେ ମଧ୍ୟରେ ଟିକେଟ୍‌ ମୂଲ୍ୟ ସ୍ଥିର କରାଯାଇଛି ଓ ଟିକେଟ କ୍ରେତାଙ୍କୁ ବାକି ଅର୍ଥ ଫେରସ୍ତ କରାଯାଇଛି । ଏହି ବାବଦରେ ୫୦କୋଟି ଟଙ୍କାର କ୍ଷତି ହୋଇଛି । ଚଳିତ ମାସରେ ଫାଇନାଲ୍‌ ମ୍ୟାଚ୍‌ର ବାକି ଟିକେଟ୍‌ ବିକ୍ରି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.