ମୁମ୍ବାଇ ୨୪/୦୧: ‘ସୈୟାରା’ ଫିଲ୍ମ ବ୍ଲକ୍ବଷ୍ଟର ହେବା ପରେ ବଲିଉଡ୍ ନିର୍ମାତା ଯୁବପିଢ଼ି ରୋମାନ୍ସ ଆଧାରିତ କାହାଣୀ ଉପରେ ଅଧିକ ଫିଲ୍ମ ନିର୍ମାଣ ଲାଗି ଆଗଭର ହେଉଛନ୍ତି । ଏହି କ୍ରମରେ ଏକ ମନଛୁଆଁ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଫିଲ୍ମ ନିର୍ମାତା ଅତୁଲ କାସ୍ବେକର ଓ ତନୁଜ ଗର୍ଗ । ଏହା ଜରିଆରେ ପୁଣି ଥରେ ଯୁବ କଳାକାରଙ୍କ ରୋମାନ୍ସ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ ।
ଆହୁରି ପଢ଼ନ୍ତୁ...ଓଶିୱାରା ଫାୟାରିଂକୁ ନେଇ ପୁଲିସର ଆକ୍ସନ୍, ଅଭିନେତା କେଆର୍କେ ଗିରଫ
ଫିଲ୍ମର ମୁଖ୍ୟ ଭୂମିକାରେ ରାଶା ଥଡାନିଙ୍କୁ କାଷ୍ଟ୍ କରାଯାଇଥିବା ଚର୍ଚ୍ଚା ହେଉଛି । ତାଙ୍କ ସହ ସ୍କ୍ରିନ୍ ଶେୟାର କରିବେ ରୋହିତ ସରଫ । ‘ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦର୍ଶକ ତାଙ୍କର ବିକ୍ରମ ସିଂହ ଚରିତ୍ରକୁ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମରେ ରାଶାଙ୍କ ସହ ଆଉ ଜଣେ ନାୟିକା ବି ରହିବେ । ‘ଲାପତା ଲେଡିଜ୍’ ଫେମ୍ ନିତାଂଶୀ ଗୋଏଲଙ୍କୁ ଏହି ପ୍ରେମ କାହାଣୀରେ କାଷ୍ଟ୍ କରାଯାଇଥିବା ଚର୍ଚ୍ଚା ହେଉଛି । ରାଶାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ ‘ଲାଇକି ଲାଇକା’ । ଏଥିରେ ସେ ଅଭୟ ବର୍ମାଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଫିଲ୍ମ ‘ଆଜାଦ୍’ରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ରାଶା ।