ଲକ୍ଷ୍ନୌ ୨୯/୦୫:  ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ଓ ଲକ୍ଷ୍ନୌ   ସୁପରଜାଏଣ୍ଟ୍‌ସ ମଧ୍ୟରେ  ଅନୁଷ୍ଠିତ ଚଳିତ ଆଇପିଏଲ୍‌ର  ଶେଷ ଲିଗ୍‌ ମ୍ୟାଚ୍‌ରେ  ମନ୍ଥର ବୋଲିଂକୁ ନେଇ ସୁପରଜାଏଣ୍ଟ୍‌ସ ଦଣ୍ଡିତ  ହୋଇଛି । ଅଧିନାୟକ  ରିଷଭ ପନ୍ତଙ୍କ ବିପକ୍ଷରେ  ୩୦ଲକ୍ଷ ଟଙ୍କା ଓ ବାକି ୧୧ ଖେଳାଳି(ଇମ୍ପାକ୍ଟ  ଖେଳାଳିଙ୍କୁ ମିଶାଇ) ୧୨ଲକ୍ଷ  ଟଙ୍କା ଲେଖାଏଁ ଜରିମାନା  ଭରିଛନ୍ତି । ଚଳିତ ସିଜନରେ  ସୁପରଜାଏଣ୍ଟ୍‌ସର ଏହା ତୃତୀୟ ମନ୍ଥର ବୋଲିଂ  ରହିଥିଲା । 

ସୂଚନାଯୋଗ୍ୟ,  ଏହି ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି ୨୨୭ ରନ୍‌ ସଂଗ୍ରହ  କରିବା ସତ୍ତେ୍ୱ ସୁପରଜାଏଣ୍ଟ  ପରାଜିତ ହୋଇଥିଲା ।  ରୟାଲ୍‌ ଚ୍ୟାଲେଞ୍ଜର୍ସ ୮ଟି  ବଲ ବାକି ଥାଇ ୬ ୱିକେଟ୍‌ରେ  ବିଜୟ ହାସଲ କରିଥିଲା ।  ଅବଶ୍ୟ ପନ୍ତ ଏହି ମ୍ୟାଚ୍‌ରେ  ଶତକ ଅର୍ଜନ କରି ଆଗାମୀ  ଇଂଲଣ୍ଡ ଗସ୍ତ ପୂର୍ବରୁ ଫର୍ମକୁ  ଫେରିଥିଲେ । ଇଂଲଣ୍ଡ  ଗସ୍ତରେ ଭାରତୀୟ ଦଳ ୫ଟି  ଟେଷ୍ଟ ଖେଳିବ । ପନ୍ତଙ୍କୁ ଟେଷ୍ଟ  ଦଳର ସ୍ଥାୟୀ ଉପ ଅଧିନାୟକ  ନିଯୁକ୍ତ କରାଯାଇଛି ।