ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ପ୍ରକାଶ ପାଇଲା ବିଶ୍ବର ସବୁଠାରୁ ମହଙ୍ଗା ଓ ଶସ୍ତା ସହର ତାଲିକା; ଭାରତର ଏହି ସହର ସାମିଲ

Published By : Prameya | February 19, 2025 8:14 PM

Image source: India.com

ନୂଆଦିଲ୍ଲୀ,୧୯/୦୨: ନୁମ୍ବିଓ ନାମକ ଏକ ଡାଟା କମ୍ପନୀ ବିଶ୍ବର ସବୁଠାରୁ ମହଙ୍ଗା ଏବଂ ଶସ୍ତା ସହରର ଏକ ତାଲିକା ପ୍ରସ୍ତୁତ କରିଛି। ୩୨୭ଟି ସହରକୁ ଏହି ତାଲିକାରେ ସାମିଲ କରାଯାଇଛି ଯେଉଁଥିରେ ଭାରତ, ମିଶର୍‌ ଏବଂ ପାକିସ୍ତାନୀ ଭଳି ରାଷ୍ଟ୍ରର ସହର ରହିଛି। ଏହି ତାଲିକାର ୩୨୭ ସ୍ଥାନରେ ସବୁଠାରୁ ଶସ୍ତା ସହର ଭାବେ ଭାରତର କୋଏମ୍ବାଟୁର ରହିଥିବା ବେଳେ ସବୁଠାରୁ ମହଙ୍ଗା ତଥା ଦାମୀ ସହର ଭାବେ ଏକ ନମ୍ବର ସ୍ଥାନରେ ରହିଛି ସ୍ବିଜରଲାଣ୍ଡର ଜୁରିଚ୍‌ ସହର। ଏହି ସର୍ଭେରେ ଘରଭଡ଼ା, ଖାଦ୍ୟ ଏବଂ ଜୀବନଯାପନ ଶୈଳୀକୁ ହିସାବକୁ ନେଇ ନ୍ୟୁୟର୍କର ବିଶ୍ୱର ବିଭିନ୍ନ ସହରଗୁଡ଼ିକର ଜୀବନଯାପନ ଖର୍ଚ୍ଚ ତୁଳନା କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାର ଶୀର୍ଷରେ ଅର୍ଥାତ୍‌ ସବୁଠାରୁ ଦାମୀ ସହର ଭାବେ ସ୍ବିଜରଲାଣ୍ଡର ତିନୋଟି ପ୍ରମୁଖ ସହର ରହିଛି। ଶୀର୍ଷରେ ଜୁରିଚ୍‌ ପରେ ଦ୍ବିତୀୟରେ ଲୌସାନେ ଏବଂ ତୃତୀୟରେ ରହିଛି ଜେନିଭା ସହର। ସେହିପରି ଆମେରିକାର ନ୍ୟୁ ୟର୍କ ସହର ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛି ସ୍ବିଜରଲାଣ୍ଡର ବାସେଲ ଏବଂ ବର୍ନ ସହର। ସପ୍ତମରେ ଆମେରିକାର ସାନ୍‌ ଫ୍ରାନ୍ସିସ୍‌କୋ, ଅଷ୍ଟମରେ ଆମେରିକାର ହୋନୁଲୁଲୁ ରହିଥିବା ବେଳେ ଏହା ପରେ ରେକ୍‌ଜାଭିକ୍, ଆଇସ୍‌ଲାଣ୍ଡ ଏବଂ ବଷ୍ଟନ୍‌ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି। ସେମାନଙ୍କ ପଛକୁ, ସିଙ୍ଗାପୁର ୧୧ତମ, ୱାଶିଂଟନ, ଡି.ସି ୧୩ତମ ଏବଂ ୟୁକେର ଲଣ୍ଡନ ୧୪ତମ ସ୍ଥାନରେ ଅଛି।ଭାରତ ଓ ପାକିସ୍ତାନରେ ସବୁଠାରୁ ଶସ୍ତା ସହର:

ଏହି ତାଲିକାର ସବୁଠାରୁ ଶେଷ ସ୍ଥାନରେ ଅର୍ଥାତ୍‌ ସବୁଠାରୁ ଶସ୍ତା ସହର ଭାବେ ରହିଛି ଭାରତର କୋଏମ୍ବାଟୁର। ଏହା ପରେ ମିଶରର ଆଲେକଜାଣ୍ଡ୍ରିଆ ୩୨୬ ତମ ସ୍ଥାନରେ ରହିଛି। ପାକିସ୍ତାନର ଲାହୋର ତୃତୀୟ ଶସ୍ତା ସହର ଭାବେ ୩୨୫ ତମ ସ୍ଥାନରେ ରହିଛି ଏବଂ ପାକିସ୍ତାନର କରାଚୀ ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନର ରାଜଧାନୀ ଇସଲାମାବାଦ ଏହି ତାଲିକାରେ ୩୧୪ ତମ ସ୍ଥାନରେ ଅଛି। ଲାହୋର ଏବଂ କରାଚୀ ଜୁରିଚ୍ ତୁଳନାରେ ୮୫% ଶସ୍ତା ସହର ଅଟେ।

ଭାରତୀୟ ଶସ୍ତା ସହରର ତାଲିକା:

ତାଲିକାରେ ଲକ୍ଷ୍ନୌ (୩୨୩ତମ ସ୍ଥାନରେ), ଜୟପୁର (୩୨୨ତମ ସ୍ଥାନରେ), ସୁରଟ (୩୨୧ତମ ସ୍ଥାନରେ), କୋଚି (୩୨୦ତମ ସ୍ଥାନରେ), ଭୁବନେଶ୍ୱର (୩୧୯ତମ ସ୍ଥାନରେ), କୋଲକାତା (୩୧୮ତମ ସ୍ଥାନରେ), ଭଦୋଦରା (୩୧୬ତମ ସ୍ଥାନରେ) ଏବଂ ଚଣ୍ଡିଗଡ଼ (୩୧୫ତମ ସ୍ଥାନରେ) ବିଶ୍ୱର ସବୁଠାରୁ ଶସ୍ତା ସହର ମଧ୍ୟରେ ଅଛନ୍ତି। ତାଲିକାରେ ଥିବା ଅନ୍ୟ ଭାରତୀୟ ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ (୨୮୬ତମ ସ୍ଥାନରେ), ଗୁରୁଗ୍ରାମ (୨୯୧ତମ ସ୍ଥାନରେ), ପୁଣେ (୨୯୯ତମ ସ୍ଥାନରେ), ଦିଲ୍ଲୀ (୩୦୧ତମ ସ୍ଥାନରେ), ନୋଏଡା (୩୦୩ତମ ସ୍ଥାନରେ), ହାଇଦ୍ରାବାଦ (୩୦୯ତମ ସ୍ଥାନରେ), ଅହମ୍ମଦାବାଦ (୩୧୦ତମ ସ୍ଥାନରେ) ଏବଂ ଚେନ୍ନାଇ (୩୧୧ତମ ସ୍ଥାନରେ) ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.