ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

IPL-2025: ଗୁଜରାଟକୁ ୨୩୬ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ; ମିଚେଲ ମାର୍ଶ ମାରିଲେ ନିଜର ପ୍ରଥମ ଆଇପିଏଲ ଶତକ

Published By : Bijay Swain | May 22, 2025 9:54 PM

ଗୁଜରାଟ: ଆଇପିଏଲର ୬୪ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଗୁଜରାଟ ଟାଇଟାନ୍ସକୁ ୨୩୬ ରନର ଟାର୍ଗେଟ ଦେଇଛି। ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଉଥିବା ଆଜିର ମ୍ୟାଚରେ ଜିଟି ଟସ୍ ଜିତିବା ସହ ବୋଲିଂ କରିବାକୁ ବାଛିଥିଲା। ଲକ୍ଷ୍ନୌ ୨୦ ଓଭର ସୁଦ୍ଧା ଦୁଇ ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ନିକୋଲାସ ପୁରନ୍ ୨୭ ବଲରୁ ୫୬ ରନ୍ କରି ଅପରାଜିତ ରହିଥିଲେ। ଅଧିନାୟକ ରିଷଭ ପନ୍ତ ୬ ବଲ୍ ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।

ଓପନର ମିଚେଲ ମାର୍ଶ ୬୪ ବଲ୍‌ରେ ୧୦ ଚୌକା ଏବଂ ୮ ଛକା ସହାୟତାରେ ୧୧୭ ରନର ପାରି ଖେଳିଥିଲେ। ସେ ଆଇପିଏଲରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି। ସେ ଚଳିତ ସିଜିନରେ ଶତକ ହାସଲ କରିବାରେ ପ୍ରଥମ ବିଦେଶୀ ଖେଳାଳି ହୋଇଛନ୍ତି। ସିଜିନରେ ଏପର୍ଯ୍ୟନ୍ତ ମୋଟ୍ ୭ଟି ଶତକ ପୂରଣ ହୋଇସାରିଛି। ମାର୍ଶଙ୍କ ବ୍ୟତୀତ ଏଡେନ୍ ମାର୍କରାମ ୨୪ ବଲ୍ ରୁ ୩୬ ରନ୍ ହାସଲ କରିଥିଲେ। ଅରଶଦ ଖାନ ଏବଂ ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.