ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ୩୮ତମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ । କୋଲାକାତାକୁ ବ୍ୟାଟିଂ କରିବା ପାଇଁ କରିଛି ଆମନ୍ତ୍ରଣ । ଚଳିତବର୍ଷ ଉଭୟ ଦଳ ଦ୍ବିତୀୟଥର ପାଇଁ ଭେଟାଭେଟି ହେଉଛନ୍ତି । ପୂର୍ବ ମ୍ୟାଚରେ ଲକ୍ଷ୍ନୌ କୋଲକାତାକୁ ହରାଇଥିବାବେଳେ ଆଜି କେକେଆର ବିଜୟୀ ହୋଇ ବଦଲା ନେବା ଲକ୍ଷ୍ୟରେ ରହିବ । ସେପଟେ ପନ୍ତ ବାହିନୀ ବିଜୟ ହାସଲ କରି ପୁଣି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ପ୍ରୟାସ କରିବ ।
ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଆଜି ଲକ୍ଷ୍ନୌ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ୭ଥର ଭେଟିଛନ୍ତି ଓ ଏଥିରୁ ଲକ୍ଷ୍ନୌ ୫ଟି ମ୍ୟାଚ ଜିତିଛି । କୋଲକାତା ୨ଟି ବିଜୟୀ ହୋଇଛି । ପୂର୍ବ ମ୍ୟାଚରେ କୋଲକାତା ବିଜୟ ହୋଇଥିବାବେଳେ ସେହି ଜୋସରେ ଆଜି ଦଳ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ ଗତ ସିଜନରେ ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଖେଳା ଯାଇଥିଲା ଓ ଲକ୍ଷ୍ନୌ ଉକ୍ତ ମ୍ୟାଚ ଜିତିଥିଲା । ମାତ୍ର ଏହା ପୂର୍ବରୁ ୨୦୨୪ ସିଜନରେ କୋଲକାତା ଉଭୟ ମ୍ୟାଚରେ ବିଜୟୀ ହୋଇଥିଲା । ଅବଶ୍ୟ ଶ୍ରେୟସ ଆୟର ସେତେବେଳେ କୋଲକାତା ଦଳର ଅଧିନାୟକ ରହିଥିଲେ । ୨୦୨୪ରେ କୋଲକାତା ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
ଏହାସହ ପଢ଼ନ୍ତୁ : ଗୁଜୁରାଟ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ