ନୂଆଦିଲ୍ଲୀ: ଜଶ୍ ଇଂଲିସଙ୍କ ଦମଦାର ପାଳି । ଚେନ୍ନାଇ ଆଗରେ ୨୦୪ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ । ୮ ଓ୍ବିକେଟ ବିନିମୟରେ ୨୦୩ ରନ କରିଛି ପନ୍ତ ବାହିନୀ । ଦଳ ପକ୍ଷରୁ ଇଂଲିସ ସର୍ବାଧିକ ୩୩ ବଲରୁ ୮୫ ରନ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ଚେନ୍ନାଇ ପକ୍ଷରୁ ଓଭରଟନ୍ ୩ ଓ୍ବିକେଟ୍ ନେଇଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପୂର୍ବ ମ୍ୟାଚରେ ଶତକୀୟ ପାଳି ଖେଳିଥିବା ମାର୍ଶ ଆଜି ୧୦ ବଲରୁ ୧୦ ରନ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ଇଂଲିସ ବିସ୍ଫୋରକ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଚେନ୍ନାଇ ବୋଲରଙ୍କୁ ସେ ନିର୍ଦ୍ଧୁମ ଛେଚିଥିଲେ ।
ଲକ୍ଷ୍ନୌର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପୁରନ ୧, ପନ୍ତ ୧୫, ମାକ୍ରମ ୬ ଏବଂ ରଘୁଓ୍ବଂଶୀ ୧୮ ରନ କରିଛନ୍ତି । ପରେ ଶେଷ ଓଭର ଗୁଡ଼ିକରେ ବଡ଼ ବଡ଼ ସଟ୍ ଖେଳିଥିଲେ ସେହେବାଜ୍ ଅହମ୍ମଦ । ସେ ୨୫ ବଲରୁ ୪୩ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ସେପଟେ ଚେନ୍ନାଇ ପକ୍ଷରୁ କମ୍ବୁଜ ୨ ଏବଂ ନୂର ଅହମ୍ମଦ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ବିଜୟଙ୍କ ଶପଥ ପରେ ତ୍ରିଶାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ....