ମୁମ୍ବାଇ, ୪/୫ : ୱାଙ୍ଖଡ଼େରେ ଲକ୍ଷ୍ନୌର ସୁପର ଶୋ । ୨୧ବଲରେ ୬୩ରନର ପାଳି ଖେଳିଲେ ନିକୋଲା ପୂରନ । ମୁମ୍ବାଇକୁ ୨୨୯ର ଟାର୍ଗେଟ । ଚଳିତ ଆଇପିଏଲ୍ର ୪୭ତମ ଲିଗ୍ ମୁକାବିଲାରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ସୁପରଜାଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ ଓ୍ବିକେଟ ହରାଇ ୨୨୮ରନ୍ କରି ନେଇଛି ।

ଲକ୍ଷ୍ନୌ ତରଫରୁ ମିଚେଲ୍ ମାର୍ସ ୪୪(୨୫), ଜୋଶ୍ ଇଂଲିଶ ୧୩(୫), ନିକୋଲାସ ପୂରନ୬୩(୨୧), ରିଷଭ ପନ୍ତ ୧୫(୧୦), ଆଇଡେନ ମାକରମ ୩୧*(୨୫), ଅକ୍ଷତ ରଘୁବଂଶୀ ୧୧(୭), ହିମନ୍ତ ସିଂହ ୪୦(୩୧)ର ପାଳି ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲିଂରେ କୋରବିନ ବୋଚ ୨ଟି ଓ୍ବିକେଟ ନେଇଥିବାବେଳେ ଏଏମ୍ ଗଜନଫର, ୱିଲ ଜ୍ୟାକ୍ସ, ରଘୁ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ପ୍ରକାଶ ଯେ, ଚଳିତ ଆଇପିଏଲ୍ର ୪୭ତମ ଲିଗ୍ ମୁକାବିଲାରେ ଆଜି ୫ଥର ଚାମ୍ପିଅନ୍ ମୁମ୍ବାଇ ଓ ଲକ୍ଷ୍ନୌ ସାମ୍ନାସାମ୍ନି ହୋଇଛନ୍ତି। ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଉଭୟ ଦଳ ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ରହିଛନ୍ତି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ବିଜୟ ଜରୁରୀ ହୋଇପଡ଼ିଛି । ମୁମ୍ବାଇ ଓ ଲକ୍ଷ୍ନୌ ମୋଟ ୪ପଏଣ୍ଟ ସହ ତାଲିକାରେ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛି । ମୁମ୍ବାଇ ୯ଟି ମ୍ୟାଚ୍ ଖେଳି ସାରିଛି । ଦଳ ଆଉ ୫ଟି ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ସବୁ ମ୍ୟାଚ୍ ଜିତିବାକୁ ପଡ଼ିବ । ଗୋଟିଏ ମ୍ୟାଚ୍ରେ ପରାଜୟ ଦଳକୁ ବିଦାୟ ଦ୍ୱାର ଦେଖାଇ ଦେବ । ଲକ୍ଷ୍ନୌ ସ୍ଥିତି ମଧ୍ୟ ସମାନ । ଦଳ ୮ଟି ମ୍ୟାଚ୍ ଖେଳି ସାରିଛି । ଏଣିକି ସବୁ ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି ।