ଚନ୍ଦାହାଣ୍ଡି , ୨୫।୩ (ଆ ପ୍ର ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୁନାପାଣି ଗ୍ରାମ ର ଅଧିଷ୍ଟାତ୍ରୀ  ଦେବୀ ମା’ ଭଣ୍ଡାରୁଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଚନ୍ଦାହାଣ୍ଡି ଅଞ୍ଚଳ ସମେତ ପଡୋଶୀ ଛତିଶଗଡ ରୁ  ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପ୍ରତି ଗ୍ରାମରୁ ଶିରା, ଦିଶାରୀ, ନରିଆ, ଲାଠି ବିମାନ   ସହ ନିମନ୍ତ୍ରିତ ହୋଇ ଯୋଗଦାନ କରିଥିଲେ l 

 ପୂର୍ବ ପରମ୍ପରା ଅନୁସାରେ  ଜୁନାପାଣି ଗ୍ରାମରେ ପ୍ରତି ୩ବର୍ଷ କୁ ଥରେ ମା’ ଭଣ୍ଡାରୁଣୀଙ୍କ ମଣ୍ଡି ଯାତ୍ରା ଅନୁଷ୍ଠିତ ହେବା ସହ ମା’ଙ୍କ ପୀଠ ରେ ବୋଦା, କୁକୁଡ଼ା   ମାନସିକ ଧାରି ମାନେ ଆଣି ବଳିଦାନ ଦେବା ସହ ମା’ ଙ୍କ ଆର୍ଶିବାଦ ନେଇଥାନ୍ତି l   ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ସରିବା ପରେ   ସନ୍ଧ୍ୟା ସମୟରେ ମଣ୍ଡେଇ ବଜାର ବସିଥିଲା l ନିମନ୍ତ୍ରିତ ଦେବା ଦେବୀମାନେ ଲାଠି ବିମାନ ସହ ପରିକ୍ରମା କରି  ଗ୍ରାମରୁ ବିଦାୟ ନେଇଥିଲେ  । ଏଥିରେ  ଚାଲାଣ ଘାସିରାମ ନିଆଲ, ଗଣ୍ଡା ଗୋବିନ୍ଦ ଡୋଙ୍ଗରୀ, ଭୋଳାନାଥ ମାଝି, ବିରେନ ମିତ୍ର ମାଝି, ଉଗ୍ରେସନ   ଡଙ୍ଗରୀ  ଗୌରୀ ଡଙ୍ଗରୀ ପ୍ରମୁଖ ସହଯୋଗ କରିଥିଲେ l