ଚନ୍ଦାହାଣ୍ଡି, ୧୩।୧୦ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ମା’ ନଅ ଦିନ ପର୍ଯ୍ୟନ୍ତ ପୂଜା ପୂଜା ପାଇବା ପରେ ଆଜି ବିଦାୟ ନେଇଛନ୍ତି ଧରାଧାମରୁ ମା’ ଦଶ ଭୁଜା l ଶାନ୍ତି ଶୃଙ୍ଖଳା, ହର୍ସ ଉଲ୍ଲାସ, ପାରମ୍ପରିକ ବାଦ୍ୟ ବାଜଣା ଏବଂ ପୋଲିସ ସୁରକ୍ଷାର ସହ ମା’ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଛି।
ଚନ୍ଦାହାଣ୍ଡି ବ୍ଲକ ସଦର ଠାରେ ୨ଟି ଜାଗା ରେ ମା’ ଦଶଭୁଜା ପୂଜା ପାଇ ଥିବା ବେଳେ ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁ ଠାରେ ୯ ଦିନ ପୂଜା ପାଇ ଥିବା ନେଇ କମିଟିର ସଭାପତି ମହେଶ୍ୱର ଟୋଲଟିଆ ପ୍ରକାଶ କରିଛନ୍ତି l ଗତ ଶନିବାର ଦିନ ରାତ୍ରି ରେ ମା’ଙ୍କ ପୀଠରେ ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀ ମା’ଙ୍କ ଯଜ୍ଞ ସ୍ଥଳ ରେ ଆହୁତି ଦେଇଥିଲେ। ସନ୍ଧ୍ୟା ସମୟରେ ମା’ଙ୍କ ମେଢ଼କୁ ଶ୍ରଦ୍ଧାଳୁଙ୍କ ଶେଷ ଦର୍ଶନ ପାଇଁ ଗାଁ ପରିକ୍ରମା କରାଇଥିଲେ l ସାହି ବାସୀ ମା’ଙ୍କ ଶେଷ ଦର୍ଶନ କରିବା ସହ ଧୂପ ଦୀପ ଦେଇ ମା’ ଙ୍କୁ ଦର୍ଶନ କରି ଥିଲେ l ଏହା ପରେ ମା’ଙ୍କୁ ପୋଖରୀ ରେ ଭାସାଇ ଥିଲେ ।