ରାୟଗଡା,୧୯/୦୧: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣିଙ୍କ ହୁଣ୍ଡି। ୬ ମାସ ପରେ ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ କଡ଼ା ସୁରକ୍ଷାରେ ହୁଣ୍ଡି ଟଙ୍କା ଗଣୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ ଓ ମହିଳା।

ସୂଚନା ଅନୁଯାଇ, ସୋମବାର ଦିନ ଖୋଲିଛି ମା’ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ହୁଣ୍ଡିରୁ ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇଛି । ଏହି ଗଣତି କାମରେ ବିଭିନ୍ନ ସଂଗଠନର ୨୫୦ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।

ସୂଚନା ଅନୁଯାଇ, ଗତଥର ହୁଣ୍ଡିରୁ ନଗଦ ୧ କୋଟି,୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା,୨ କେଜି ୫୦୫ ଗ୍ରାମ ରୁପା ଓ ୩୮ ଗ୍ରାମ ସୁନା ଏବଂ ବିଦେଶୀ ମୁଦ୍ରା ବାହାରିଥି।