ଭୁବନେଶ୍ୱର,୦୧/୦୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ଜଳସେଚନ ବିଭାଗ ଇଷ୍ଟର୍ଣ୍ଣ ସର୍କଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମଦନ ମୋହନ ସାମନ୍ତରାୟ ଦୋଷୀ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥି ସହିତ ୨ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।
କଟକ ଜଳସେଚନ ବିଭାଗ ଇଷ୍ଟର୍ଣ୍ଣ ସର୍କଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମଦନ ମୋହନ ସାମନ୍ତରାୟଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କ ପେନସନ ବନ୍ଦ କରାଯିବ । ଏନେଇ ପାଇଁ ଓଡ଼ିଶା ଭିଜିଲାନ୍ସ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଆବେଦନ କରିବ।