ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ ଉଦଯାପିତ

Published By : Gurupada Nath | April 29, 2025 8:30 PM

ସାଲେପୁର,୨୯/୪ : ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଯୋଗଦେଇ ଉତ୍କଳ ଗୌରବ ମଧୁବାବୁ ଓଡ଼ିଆ ଜାତି ପାଇଁ ଯାହା କରିଯାଇଛନ୍ତି ତାଙ୍କ ଅବଦାନ ଚିରସ୍ମରଣୀୟ । ମଧୁବାବୁଙ୍କୁ ଭାରତ ରତ୍ନ ସହ ତାଙ୍କ ଜନ୍ମ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ବିଧାନସଭାରେ ଆଲୋଚନା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବର ଶେଷ ସନ୍ଧ୍ୟାରେ ମଧୁ ଜୟନ୍ତୀ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ବଡ଼ମ୍ବା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଯୋଗଦେଇ ମଧୁବାବୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାର ମୁଖ୍ୟ ବିନ୍ଧାଣି ରହିବା ସହ ଓଡ଼ିଆ ଜାତିର ଟେକ ସ୍ୱାଭିମାନ ପାଇଁ ଜୀବନ ଭରି କାର୍ଯ୍ୟ କରିଛନ୍ତି । ମଧୁବାବୁଙ୍କୁ ଭାରତ ରତ୍ନ ଏବଂ ତାଙ୍କ ଜନ୍ମ ସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ବିଧାନସଭା ରେ ଆଲୋଚନା କରିବୁ ବୋଲି ମଞ୍ଚରେ ପ୍ରତିଶ୍ରୁତି ଦେବା ସହ ସାଲେପୁରର ପୁର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ୧୯ ବର୍ଷ ଧରି ମଧୁବାବୁଙ୍କ ଜୟନ୍ତୀ ପାଳନ କରି ଯେଉଁ ଭଳି ଭାବେ ମଧୁବାବୁଙ୍କ ନୀତି ଆଦର୍ଶକୁ ପ୍ରଚାର ପ୍ରସାର କରୁଛନ୍ତି ତାହା କେବେ ବ୍ୟର୍ଥ ଜୀବନାହିଁ ପ୍ରକାଶ କରିଥିଲେ । 

ଏହି ମହୋତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାର ନାମିଦାମୀ କଳାକାରଙ୍କ ନାଚଗୀତରେ ମଞ୍ଚ ଦୁଲୁକି ଥିଲା। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ଶେଷ ସନ୍ଧ୍ୟାରେ ଆତସବବାଜି ସହ ଋତୁରାଜଙ୍କ ସଙ୍ଗୀତ, ପପୁ ପମ୍ପପମ୍ପଙ୍କ କମେଡ଼ି ନାଚ ଗୀତରେ ହଜାର ହଜାର ଦର୍ଶକ ମତୁଆଲା ହୋଇଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.