ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଧ୍ୟପ୍ରଦେଶ ବାନ୍ଧବଗଡ଼ ଟାଇଗର ରିଜର୍ଭରୁ ୪ ଦନ୍ତା ହାତୀଙ୍କ ମୃତଦେହ ଠାବ

Published By : Anindita Ratha | October 30, 2024 9:56 AM

ନୂଆଦିଲ୍ଲୀ୩୦/୧୦:  ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ଦନ୍ତା ହାତୀଙ୍କର ମୃତଦେହ ଠାବ । ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଏନେଇ ଖବରପାଇ ଟାଇଗର ରିଜର୍ଭର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ମୁତାବକ, ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ଏହି ୪ ହାତୀଙ୍କ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ଏହି ସମୟରେ ସମାନ ହାତୀ ପଲର ଅନ୍ୟ ୫ ହାତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଛି ଯେ ହାତୀମାନେ ହୁଏତ କିଛି ବିଷାକ୍ତ କିମ୍ବା ନାର୍କୋଟିକ୍ ଯୁକ୍ତ ପଦାର୍ଥ ଖାଇଦେଇଛନ୍ତି। ତେବେ ମୃତ ୪ ହାତୀଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯେଉଁଥିରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ବନ୍ୟଜନ୍ତୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକାଧିକ ଡାକ୍ତରୀ ଦଳ ବର୍ତ୍ତମାନ ଅସୁସ୍ଥ ଥିବା ୫ ହାତୀଙ୍କର ଚିକିତ୍ସା ଚଳାଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏହି ଡାକ୍ତରୀ ଦଳ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଅନ୍ୟପଟେ ବାନ୍ଧବଗଡ ଟାଇଗର ରିଜର୍ଭ ଅଧିକାରୀମାନେ ଏହି ହାତୀପଲର ସୁସ୍ଥ ଥିବା ଅନ୍ୟ ୪ଟି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.