ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବନ୍ଧୁଙ୍କ ଅନ୍ତ୍ୟେଷ୍ଟିରେ ନାଚିଲେ ବନ୍ଧୁ, ପୂରଣ କଲେ ସାଙ୍ଗର ଶେଷ ଇଚ୍ଛା, ଭିଡିଓ ଭାଇରାଲ

Published By : Manoj | August 4, 2025 12:09 PM

ନୂଆଦିଲ୍ଲୀ ୦୪/୦୮: ମଧ୍ୟପ୍ରଦେଶ ମନ୍ଦସୌରରେ ନିକଟରେ ଏକ ନିଆରା ଶବଯାତ୍ରା ଦେଖିବାକୁ ମିଳିଥିଲା । ସେଠାରେ ବନ୍ଧୁଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ତାଙ୍କର ଶବଯାତ୍ରା  ଆଗରେ ନାଚିଥିଲେ । ଏହି ସମୟରେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା । ତଥାପି ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ଲାଗି ସେ ନାଚି ଚାଲିଥିଲେ । ମନ୍ଦସୌର  ଜିଲ୍ଲା ଜବାସିୟା ଗାଁର ସୋହନଲାଲ ଜୈନ୍‌(୭୧) ଓ ଅମ୍ବାଲାଲ  ପ୍ରଜାପତି(୫୧)ଙ୍କର ବନ୍ଧୁତାର ଏହି  କାହାଣୀ ଏବେ ଚର୍ଚ୍ଚାରେ ରହିଛି ।  

ପନ୍ଦର ବର୍ଷ ତଳେ ଏକ ଛୋଟ  ଚା’ ଦୋକାନରେ ବସିବା ସମୟରେ ଆରମ୍ଭ ହୋଇଥିଲା  ଉଭୟଙ୍କର ବନ୍ଧୁତା । ସମୟ ସହିତ ତାହା କୃଷ୍ଣ-ସୁଦାମାଙ୍କ  ବନ୍ଧୁତାରେ ପରିଣତ ହୋଇଥିଲା । ପ୍ରତିଦିନ ସେମାନେ  ପରସ୍ପରକୁ ଭେଟୁଥିଲେ । ଇତିମଧ୍ୟରେ ୨୦୨୧ରେ ସୋହନଲାଲ ଅମ୍ବାଲାଲଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ । ସେଥିରେ  ସେ ଦର୍ଶାଇଥିଲେ ଯେ, ତାଙ୍କ ମୃତ୍ୟୁ ପରେ କେହି କାନ୍ଦିବାର  ଆବଶ୍ୟକତା ନାହିଁ । ବରଂ ବ୍ୟାଣ୍ଡ, ବାଜାର ତାଳେ ତାଳେ  ତାଙ୍କୁ ଅନ୍ତିମ ବିଦାୟ ଦିଆଯିବାର ବ୍ୟବସ୍ଥା କରାଯିବ ।  

ଶବଯାତ୍ରାର ଆଗେ ଆଗେ  ଅମ୍ବାଲାଲ ଓ ଅନ୍ୟ ଜଣେ  ବନ୍ଧୁ ଶଙ୍କରଲାଲ ନୃତ୍ୟ  କରିବାକୁ ସେ ଇଚ୍ଛା  ପ୍ରକାଶ କରିଥିଲେ ।  ତାର ଦୁଇ ବର୍ଷ ପରେ  ସୋହନଲାଲଙ୍କୁ କର୍କଟ  ରୋଗ ହୋଇଥିବା  ଜଣାପଡ଼ିଲା । ମନ୍ଦସୌରରୁ ନେଇ ଅହମ୍ମଦାବାଦ  ଯାଏ ବହୁ ବଡ଼ ହସ୍ପିଟାଲରେ ଚିକିତ୍ସା ସତ୍ତେ୍ୱ ତାଙ୍କର  ସ୍ଥିତିରେ କୌଣସି ଉନ୍ନତି ହେଲାନାହିଁ । ଶେଷରେ  ଗତ ଜୁଲାଇ ୨୯ରେ ସେ ଆଖିବୁଜିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.