ନୂଆଦିଲ୍ଲୀ, ୧୪/୨ : ପ୍ରେମ ପାଇଁ ପରିବାର ଲୋକଙ୍କୁ କରିଥିଲେ ପର । ହେଲେ ଭାଲେଣ୍ଟାଇନ୍ ଡେ’ରେ ବାକ୍ସ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ଭୋପାଳର ନିତାଶପୁରା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଯୁବତୀ ଜଣକ ହେଲେ ମଧ୍ୟପ୍ରଦେଶର ୩୨ ବର୍ଷୀୟା ଆଶ୍ରଫି ଔରଫ ସିୟା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଜୋରଦାର କରିଛି । ପ୍ରେମିକ ସମୀର ତାଙ୍କ ପରିବାର ଲୋକଙ୍କ ସହ ମିଶି ଏହି ହତ୍ୟା କରିଛି । ଗଳାକାଟି ହତ୍ୟା କରିଥିବାବେଳେ ମାମଲାକୁ ଲଚାଇବା ପାଇଁ ବାକ୍ସ ଭିତରେ ଶବକୁ ରଖି ଖୋଲା ପଡ଼ିଆରେ ଫୋପାଡ଼ି ଦେଇଥିଲେ ।

ସମୀର ଏବଂ ସିୟାଙ୍କ ମଧ୍ୟରେ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମ ଏତେ ଆଗକୁ ବଢ଼ିଥିଲା କି, ସିୟା ଘର ଛାଡ଼ି ସିଧା ସମୀରଙ୍କ ପାଖକୁ ଆସିଥିଲେ । ସେ ମହାରାଷ୍ଟ୍ରରୁ ଭୋପାଳ ଆସିଥିଲେ । ମାତ୍ର ଏଠାକୁ ଆସିବା ପରେ ଜାଣିବାକୁ ପାଇଥିଲେ କି, ସମୀର ବିବାହିତ । ଏହାସହ ତାଙ୍କୁ ଦୁଇ ସନ୍ତାନ ମଧ୍ୟ ରହିଛନ୍ତି । ଘର ଛାଡ଼ି ଆସିଥିବା ସିୟା ତଥାପି ସେଠାରେ ରହିଥିଲେ । ମାତ୍ର ସବୁଦିନ ଏହି କଥାକୁ ନେଇ ପରିବାରରେ ଝଗଡ଼ା ଲାଗି ରହୁଥିଲା । ଏପରିକି ସମୀର ବାହା ସିୟାଙ୍କୁ ବାହା ହେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଘର ଛାଡ଼ି ଆସିଥିବା ଝିଅଟି ଅସହାୟ ହୋଇଥିଲା । ଆଉ ଏହି କାରଣରୁ ମାଡ଼ ଗାଳି ମଧ୍ୟ ସହୁଥିଲା । ସେପଟେ କିନ୍ତୁ ଏସବୁ ସହିନପାରି ସମୀରଙ୍କ ପ୍ରଥମ ପତ୍ନୀ ତାଙ୍କ ବାପଘରକୁ ପଳାଇଥିଲେ ।

ପ୍ରେମ ନୁହେଁ ବରଂ ଟଙ୍କା ପାଇଁ ନାଟକ କରିଥିଲା ସୀମର । ଯେଉଁ କାରଣରୁ ପ୍ରତିଦିନ ସମାନ କଥାକୁ ଦୋହରାଉଥିଲା । ଗତ ସୋମବାର ରାତିରେ ଝଗଡ଼ା ହେବାପରେ ଲୁହା ରଡ଼ରେ ଆକ୍ରମଣ କରି ମାରି ଦେଇଥିଲା । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ବାକ୍ସରେ ମୃତଦେହକୁ ଲୁଚାଇ ରଖିଥିଲା । ଆଉ ଏହାକୁ ନେଇ ଘର ପାଖରେ ଥିବା ଖାଲି ପ୍ଲଟରେ ପୋପାଡ଼ି ଦେଇଥିଲା । ପିଲାମାନେ ସେଠାରେ ଖେଳୁଥିବାବେଳେ ଗନ୍ଧ ହେବାକୁ ଜଣାଇଥିଲେ । ପୁଲିସ ଖବର ପାଇ ବାକ୍ସକୁ ଖୋଲିଥିଲା । ତେବେ ସେଥିରେ ଥିବା ମୃତଦେହକୁ ଚିହ୍ନି ହେଉନଥିଲା । ମାତ୍ର ଦେହରେ ଥିବା ଏକ ଟାଟୁରୁ ଜଣା ପଡ଼ିଥିଲା । ତେବେ ଅଭିଯୁକ୍ତ ସୀମର ଫେରାର ଥିବାବେଳେ ମୃତଦେହ ଲୁଚାଇବାରେ ସହଯୋଗ କରିଥିବା ଭାଇ, ଉଭଣୀ ଏବଂ ମାଆଙ୍କୁ ଗିରଫ କରାଯାଇଛି । ସେପଟେ ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି କି, ସିୟା ପୂର୍ବରୁ ତିନୋଟି ବିବାହ କରିଛନ୍ତି ।

ଏହାସହ ପଢ଼ନ୍ତୁ : ପ୍ରେମିକାର ମେସେଜ ନେଲା କି ଜୀବନ ?, ଭାଲେଣ୍ଟାଇନ୍ ଡେ’ରେ ଆତ୍ମହତ୍ୟା