ଲକ୍ଷ୍ନୌ, ୧୪/୨ : ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ । ଭାଲେଣ୍ଟାଇନ୍ ଡେ’ରେ ଖୁସି ମନାଇଥାନ୍ତି । ପ୍ରେମୀଯୁଗଳ ମାନେ ଆଜିର ଦିନରେ ସ୍ବତନ୍ତ୍ର ପ୍ଲାନ ବନାଇଥାନ୍ତି । କିନ୍ତୁ କେହି କେବେ ଭାବିନଥିବ କି, ଭାଲେଣ୍ଟାଇନ୍ ଡେ’ ହେଥ୍ ଡେ’ରେ ପାଲଟିଯିବ ବୋଲି । ଏମିତି ଏକ ଖବର ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରୁ । ପ୍ରେମିକଙ୍କା ଗୋଟିଏ ମେସେଜ ପାଇଁ ଜୀବନ ହାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ସେପଟେ ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।
ଏନଡିଏ ପାଇଁ ପ୍ରସ୍ତୁତ ହେଉଥିବା ୧୭ ବର୍ଷୀୟ ଅମନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଯେତେବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଫାଶୀ ଦେଇଥିଲେ । ମାତ୍ର ଗୋଡ଼ ତଳେ ଲାଗିଥିଲା । ଏଣୁ ତାଙ୍କୁ ହତ୍ୟା କରି ବତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି କରାଯାଇଛି । ତେବେ ପୁଲିସ ଏଦିଗରେ ତଦନ୍ତ ଚଳାଇଛି ।
ଅମନ ବାପା କହିଛନ୍ତି କି, ତାଙ୍କ ପ୍ରେମିକା ଗୋଟିଏ କଲେଜରେ ପାଠ ପଢ଼ନ୍ତି । ସେ ବିଭିନ୍ନ ସମୟରେ ପୁଅକୁ ହଇରାଣ କରୁଥିଲା ବୋଲି ଅଭିଯୋଗ ଆଣିଛନ୍ତି । ମୃତ୍ୟୁ ପୂର୍ବରୁ ମୋବାଇଲକୁ ଏକ ମେସେଜ୍ ମଧ୍ୟ ପଠାଇଥିବା ସେ କହିଛନ୍ତି । ଝିଅଟି ମେସେଜରେ ତୁମେ ମରିଯାଅ ବୋଲି ପଠାଇଥିଲେ । ଝିଅଟି ଲେଖିଥିଲେ କି, ମୁଁ ଆଉ ତୁମ ସହ ରହିପାରିବି ନାହିଁ । ମୁଁ ଆଉ ଆଗ୍ରହୀ ନୁହେଁ ତୁମେ ମରିଯାଅ । ମୃତକଙ୍କ ବାପା ପୁଲିସ ଆଗରେ ଏଭଳି ଅଭିଯୋଗ କରିଥିବାବେଳେ କଲ ଏବଂ ଚାଟିଂକୁ ନେଇ ତଦନ୍ତ ଚାଲିଛି । ସେପଟେ ଏହି ଘଟଣାରେ ଅମନଙ୍କ ପ୍ରେମିକାକୁ ମଧ୍ୟ ପୁଲିସ ପଚରା ଉଚରା ଜାରି ରଖିଛି । ମୃତକଙ୍କ ବାପା କହିଛନ୍ତି କି, ମୋ ପୁଅକୁ ସେ ମରିବା ପାଇଁ ଇସୁକାଇଥିବାବେଳେ ତାକୁ କଠୋର ଦଣ୍ଡ ଦିଆଯାଉ । ଏହାସହ ସେ ଥାନାରେ ଭିତରେ କାନ୍ଦି କାନ୍ଦି ପୁଲିସ ଆଗରେ ନେହୁରା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।
ଏହାସହ ପଢ଼ନ୍ତୁ : ‘ଧୁରନ୍ଧର’କୁ ନେଇ ନାଗାର୍ଜୁନଙ୍କ ବଡ଼ ଖୁଲାସା