ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାକୁମ୍ଭକୁ ପାକିସ୍ତାନରୁ ଆସିବେ ସାଧୁ, ପବିତ୍ର ସଙ୍ଗମରେ ପକାଇବେ ବୁଡ଼

Published By : Prameya | January 19, 2025 12:08 PM

ନୂଆଦିଲ୍ଲୀ ୧୯/୦୧: ପବିତ୍ର ମହାକୁମ୍ଭକୁ ପାକିସ୍ତାନରୁ ଆସିବେ ସାଧୁ ।  ପାକିସ୍ତାନର ସିନ୍ଧ ପ୍ରାନ୍ତ ସ୍ଥିତ ସିନ୍ଧୀ ସମାଜର  ପ୍ରମୁଖ ଧାର୍ମିକ ସ୍ଥଳ ସଚ୍ଚୋ ସତରାମ ଧାମର  ପୀଠାଧୀଶ୍ୱର ସାଈ ସାଧରାମ ମହାରାଜ ଓ ତାଙ୍କର  ୫୦ରୁ ଅଧିକ ଅନୁଗାମୀ ମହାକୁମ୍ଭକୁ ଆସିବେ ।  ଏମାନେ ସମସ୍ତେ ମହାକୁମ୍ଭରେ ଗଙ୍ଗା  ସ୍ନାନ କରିବେ । ଏଥିପାଇଁ ସମସ୍ତେ  ଭିସା ଆବେଦନ କରିଛନ୍ତି । ସାଈ  ସାଧରାମ ମହାରାଜ  ସିନ୍ଧୀ ସମାଜର ଆରାଧ୍ୟ ଦେବ ଝୁଲେଲାଲଙ୍କ  ପ୍ରାକଟ୍ୟ ସ୍ଥଳୀ  ରହଡ଼କରେ  ସ୍ଥିତ ସଚ୍ଚୋ  ସତରାମ ଧାମର  ପ୍ରମୁଖ । ଆସନ୍ତା  ଫେବ୍ରୁଆରୀରେ ଶିଷ୍ୟ ଓ ଅନୁଗାମୀଙ୍କ ସହ ସେ  ମହାକୁମ୍ଭରେ ସାମିଲ  ହେବେ ।

ତୀର୍ଥରାଜ ପ୍ରୟାଗରାଜ ମହାକୁମ୍ଭରେ  ସାଧୁ-ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ପବିତ୍ର ସଙ୍ଗମ  ହୋଇଛି । ଏହି ମହାପର୍ବର ଆନନ୍ଦ ନେବାକୁ  ବିଶ୍ୱର ପ୍ରତ୍ୟେକ କୋଣରୁ ଧାଇଁ ଆସୁଛନ୍ତି  ଶ୍ରଦ୍ଧାଳୁ । ଶନିବାର ଥିଲା ମହାକୁମ୍ଭର ୬ଷ୍ଠ  ଦିନ । ରାତି ୮ଟା ସୁଦ୍ଧା ୪୨ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଅଦ୍ୟାବଧି ୭.୭୨ କୋଟିରୁ  ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଛନ୍ତି । ଚଳିତ ମହାକୁମ୍ଭରେ ଆକର୍ଷଣର କେନ୍ଦ୍ର  ହୋଇଛନ୍ତି ନାଗା ସାଧୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.