ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶେଷ ସାହି ସ୍ନାନ କେବେ? ଜାଣନ୍ତୁ...

Published By : Anindita Ratha | January 22, 2025 3:04 PM

ମହାକୁମ୍ଭ ଭକ୍ତି, ଶ୍ରଦ୍ଧା ଓ ବିଶ୍ଵାସର ଏକ ଅପୂର୍ବ ସଙ୍ଗମ। ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା  ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ । ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ତ୍ରିଦେବ ଯଥା ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଏହି ସମୟରେ ଗଙ୍ଗାରେ ବୁଡ଼ ପକାଇବା ଫଳରେ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି ।

 ହିନ୍ଦୁ ଧର୍ମ ଅନୁସାରେ,ମହାକୁମ୍ଭ ମେଳାରେ ସାହି ସ୍ନାନର ବିଶେଷ ମହତ୍ତ୍ବ ରହିଛି। ବିଶ୍ବାସ ରହିଛି ଯେ, କୁମ୍ଭମେଳାରେ ସାହି ସ୍ନାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ତାରିଖରେ ଶିବରାତ୍ରୀ ଦିନ ଶେଷ ହେବ। ମହାକୁମ୍ଭରେ ଅମୃତ ସ୍ନାନ ବା ସାହି ସ୍ନାନ ବ୍ୟବସ୍ଥା ବି ରହିଛି । ତେବେ ଆସନ୍ତୁ ଜାଣିବା ମହାକୁମ୍ଭର ଶେଷ ସାହି ସ୍ନାନ କେବେ ରହିଛି। 

ମହାକୁମ୍ଭରେ ଶେଷ ସାହି ସ୍ନାନ ମହାଶିବରାତ୍ରୀରେ ହେବ । ଚଳିତ ବର୍ଷ ମହାଶିବରାତ୍ରୀ ଫେବୃଆରୀ ୨୬ ତାରିଖରେ ଅଛି। ଏହି ଦିନ କୁମ୍ଭମେଳାର ସମାପନା ହେବ । ମହାଶିବରାତ୍ରୀ ସବୁ ବର୍ଷ ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥୀ ପାଳନ ହୋଇଥାଏ। ଏହି ପର୍ବ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମିଳନର ପ୍ରତୀକ ଅଟେ । ତେବେ ଚତୁର୍ଦଶୀ ତିଥୀ ଫେବୃଆରୀ ୨୬ର ସକାଳ ୧୧ ଟା ୮ ମିନିଟରୁ ଆରମ୍ଭ ହୋଇ ୨୭ ଫେବୃଆରୀ ସକାଳ ୮ଟା ୫୪ ମିନିଟରେ ଶେଷ ହେବ।  ମହାକୁମ୍ଭ ସାହି ସ୍ନାନ ତିଥି ଜାନୁଆରୀ ୧୩,୧୪,୨୯ରେ ଥିବା ବେଳେ ଫେବୃଆରୀ ୩,୧୩ ଓ ୨୬ ତାରିଖରେ ରହିଛି। ମହାଶିବରାତ୍ରୀରେ କୁମ୍ଭ ମେଳାରେ ସ୍ନାନ କରିବା ଓ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଜୀବନ ସୁଖ ସମୃଦ୍ଧି ଲାଭ ହୋଇଥାଏ।  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.