ପ୍ରମୂଖ ଖବର
  • ଜଗଦଲପୁର -ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସ ବଗି ଛିଣ୍ଡି ହେଲା ଦୁଇଖଣ୍ଡ
  • ||
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା
  • ||
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ସୁସ୍ଥ ହେଲେ ମହାବାହୁ, ରାଜପ୍ରାସାଦ ବିଜେ ନୀତି ସମାପନ

Published By : Gurupada Nath | June 22, 2025 11:09 PM

ନୀଳଗିରି,୨୨/୬ : ଅଣସରବର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ରାଜ ପ୍ରାସାଦ ବିଜେ ନୀତି ପାଳନ ହୋଇଥାଏ । ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ଏହି ପରମ୍ପରା ପାଳନ ହୋଇଛି । ଦେବସ୍ନାନ ମଣ୍ଡପରୁ ଚତୁର୍ଦ୍ଧା ମୂର୍ତ୍ତି ଅଣସରବର ଗୃହକୁ ପ୍ରବେଶ ପରେ ଅସୁସ୍ଥ ଥିଲେ । ଅଣସରବର ତିଥିର ଷଷ୍ଠୀରେ ଫୁଲୁରୀ ତେଲ ଲାଗି ହେବା ପରେ ତିନିଠାକୁର ଆସ୍ତେ ଆସ୍ତେ ସୁସ୍ଥ ହୋଇଥିଲେ। ଦଶମୀରେ ରାଜବୈଦଙ୍କ ଘରୁ ଦଶମୂଳ ଲାଗି କରାଯିବା ପରେ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଖଳି ଲାଗି ନୀତି ସମ୍ପନ୍ନ ହୋଇଥିଲା।

ଆଜି ଦ୍ଵାଦଶୀ ତିଥିରେ ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ  ବେହରଣ ଦ୍ୱାର ଫିଟିବା ପରେ ମନ୍ଦିରରୁ ପୂଜକ ଓ ସେବକମାନେ ରାଜପ୍ରାସାଦ ବିଜେ କରିଥାନ୍ତି । ସୁସ୍ଥ ଖବରପାଇ ପାଟପଟୁଆରରେ ଘଣ୍ଟ, ଛତା, କାହାଳି ବଜାଇ ଚନ୍ଦନ ପାଟବସ୍ତ୍ର ଧରି ରାଜପ୍ରାସାଦରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ରାଜାଙ୍କୁ ସୂଚନା ଦେବାମାତ୍ରେ ଆଦିସେବକ ତଥା ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ଆଦି ସେବିକା ରାଣୀ ମନୋଜା ମଞ୍ଜରୀଦେବୀ ବେଶ ଖୁସି ଅନୁଭବ କରିଥିଲେ । ଖୁସି ଜାହିର କରି ରାଜା ବ୍ରାହ୍ମଣ ଭୋଜନ ଦେଇଥିଲେ। ଏହି  ନୀତିପୂଜାରେ ତହସିଲଦାର ତଥା ଠାକୁର ମାହାଲ ନିର୍ବାହୀ ଅଧିକାରୀ ସୋନମ ଦାସ,ବିଡ଼ିଓ ବିକ୍ରମ କିଶୋର ପରିଡା,ରାଜଗୁରୁ ରବୀନ୍ଦ୍ର ମହାପାତ୍ର, ହରିବନ୍ଧୁ କର, ବ୍ରହ୍ମା ପୁଣ୍ୟଶ୍ଲୋକ ନନ୍ଦ, ବ୍ରହ୍ମା ସରୋଜ କୁମାର ନନ୍ଦ, ରୂପେଶ ଶତପଥୀ, ପୃଥ୍ୱୀନାଥ ଆଚାର୍ଯ୍ୟ, ଦେବେନ୍ଦ୍ର ନନ୍ଦ, ଘଣ୍ଟୁଆ, କାହାଳିଆ, ତ୍ରାସ, ଛତ୍ରଧାରୀ, ବାଜାଦାର ସମେତ ଠାକୁରମାହାଲ କର୍ମଚାରୀ ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.