ଭୁବନେଶ୍ବର,୨୬।୨ : ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା।  ରାତି୧୦ଟା ୪୧ ମିନିଟରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ପୂର୍ବରୁ ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ହୋଇଥିଲା।  ମହାଦୀପ ଉଠିବା ବେଳେ ହର ହର ମହାଦେବ ଧ୍ବନିଂରେ ମନ୍ଦିର ପ୍ରକମ୍ପିତ ହୋଇଥିଲା। 

 ନିର୍ଦ୍ଧାରିତ ନୀତିନିର୍ଘଣ୍ଟ  ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼  ଖୋଲାଯାଇଥିଲା । ମଙ୍ଗଳଆଳତି ଓ ଅବକାଶ  ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ  ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ  ୧୧ଟା ଯାଏ ରହିଥିଲା । ଏହାପରେ ଅପରାହ୍ଣ  ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ  ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ  ମିଳିଥିଲା । ବୁଧବାର ରାତି ୧୦ଟାରେ ମହାଦୀପ ଉଠିବାର ନୀତି ନିର୍ଦ୍ଧାରିତ ଥିଲା। ଆଉ ସାମାନ୍ୟ ବିଳମ୍ବ ପରେ ମହାଦୀପ ରାତି ୧୦ଟା ୪୧ରେ ଉଠିଛି।