ଭୁବନେଶ୍ୱର,୧୧/୧୦: ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ । ଇଣ୍ଟରପୋଲ୍‌ର ରେଡ୍‌ କର୍ଣ୍ଣର ନୋଟିସ ପରେ ତାଙ୍କୁ ଅଟକ ରଖିଛି ଇଡି । ତାଙ୍କ ସହ ଆଉ ୧୦ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଭାରତର ବିଭିନ୍ନ ରାଜ୍ୟରେ ତାଙ୍କ ନାଁରେ ମାମଲା ରହିଥିବା ଜଣାପଡ଼ିଛି । 

ସୂଚନା ମୁତାବକ, ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଥିବାବେଳେ ତାଙ୍କ ନାଁରେ ଇଣ୍ଟରପୋଲ୍‌ର ରେଡ୍‌ କର୍ଣ୍ଣର ନୋଟିସ ଜାରି ହେଇଥିଲା । ଏହି ନୋଟିସ ଅଧାରରେ ଦୁବାଇ ଇଡି ତାଙ୍କୁ ଅଟକ ରଖିଛି । ତାଙ୍କ ସହ ଆଉ ୧୦ ଜଣଙ୍କୁ ମଧ୍ୟ ଅଟକ ରଖିଛି ଇଡି । ତାଙ୍କୁ ଏକ ସପ୍ତାହ ମଧ୍ୟରେ ଭାରତ ଅଣାଯାଇପାରେ । ତେବେ ଭାରତରେ ଅନେକ ରାଜ୍ୟରେ ତାଙ୍କ ନାଁରେ ମାମଲା ରହିଥିବା ଜଣାପଡ଼ିଛି ।