କେନ୍ଦ୍ରାପଡ଼ ୨୪/୦୬ : ବିଜେପି ହାତକୁ ଗଲା ମହାକାଳପଡ଼ା ବ୍ଲକ୍ l କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ବ୍ଲକ୍ ଅଧ୍ୟକ୍ଷ ପ୍ରାର୍ଥୀ ମୀରାରାଣୀଙ୍କୁ ସମର୍ଥନ କରିବା ପାଇଁ ମଙ୍ଗଳବାର ୨୫ଜଣ ସମିତି ସଭ୍ୟ ଉପସ୍ଥିତ ଥିଲେ l ତେବେ ମୀରାରାଣୀଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନକରିବାରୁ ସେ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଡବଲ ଇଞ୍ଜିନ୍ ସରକାରରେ ମହାକାଳପଡ଼ା ଅଞ୍ଚଳରେ ବିକାଶ କାର୍ଯ୍ୟ ପୂର୍ବ ଅପେକ୍ଷା ଅଧିକ ତ୍ୱରାନ୍ୱିତ ହେବ ବୋଲି ମୀରାରାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି l ଗତ ମେ’ ୨୮ ତାରିଖରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା l ଭୋଟିଂ ବେଳେ ତାଙ୍କୁ ବହୁମତ ନମିଳିବାରୁ କଳ୍ପନା ଅନାସ୍ଥା ହାରି ପଦଚ୍ୟୁତ ହୋଇଥିଲେ।