ଭୁବନେଶ୍ୱର, ୨୪/୦୯: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ତହସିଲଦାର ଶିବପ୍ରସାଦ ମଲ୍ଲିକ ଏହି ଟଙ୍କା ନେଉଥିଲେ l ଏହି ସମୟରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା । ଯାହା ପରେ ତାଙ୍କର ୬ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଭିଜିଲାନ୍ସ ଟିମ୍‌ ମଙ୍ଗଳବାର ଗିରଫ କରିଥିବା ବେଳେ ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଏହି ଚଢାଉରେ କେନ୍ଦ୍ରାପଡ଼ା ଭାଗବତପୁରରେ ଥିବା ଏକ ତିନି ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ , କେନ୍ଦ୍ରାପଡ଼ାର ଗଣେଶପୁରରେ ଥିବା ଏକ ଦୁଇ ମହଲା କୋଠା, କେନ୍ଦ୍ରାପଡ଼ାର ଡେରାବିସର ବାଘିଲୋବାବନପୁରରେ ଥିବା ଆଉ ଏକ ଦୁଇ ମହଲା ବିଶିଷ୍ଟ କୋଠା ଠାବ ହୋଇଛି । ଏହା ସହ କେନ୍ଦ୍ରାପଡ଼ା ଟାଉନ୍‌ରେ ୭ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଛି । କେନ୍ଦ୍ରାପଡ଼ା ଗଣେଶପୁର ଅଞ୍ଚଳରେ ୨ ଟି, ଗୁଲାସିଂ ଅଞ୍ଚଳରେ ୨ଟି, ଭାଗବତପୁର ଅଞ୍ଚଳରେ ୨ଟି ଏବଂ କେନ୍ଦ୍ରାପଡ଼ା ବଘିଲୋବାବନପୁର ଅଞ୍ଚଳରେ ଗୋଟିଏ ପ୍ଲଟ୍ ଠାବ ହୋଇଛି । ଏହି ଚଢାଉରେ ମୋଟ ୧.୫୪ ଲକ୍ଷ ଟଙ୍କା, ୪ଟି ୨ ଚକିଆ ଯାନ ସହ ୭ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି । ​​​​​​​