ପୁରୀ, ୧୭/୦୫: ଜୋତା ପିନ୍ଧି ଓ ଟେବୁଲ ଉପରେ ବସି ଖାଇଲେ  ମହାପ୍ରସାଦ । ପୁରୀର ଏକ ଜଣାଶୁଣା ହୋଟେଲରେ କିଛି ଯାତ୍ରୀ ଏପରି ଅବସ୍ଥାରେ ମହାପ୍ରସାଦ ଖାଇବା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ମହାପ୍ରସାଦକୁ ଅବମାନନା ବୋଲି ଅଭିଯୋଗ ହୋଇଛି । ଅବଢ଼ା ଖାଇବା  ଯାତ୍ରୀମାନେ ଓଡ଼ିଆ ହୋଇଥିବା ବେଳେ ସେମାନଙ୍କୁ ଅବଢ଼ା ବାଢ଼ି ଦେଉଥିବା ବ୍ୟକ୍ତି ପାରମ୍ପରିକ ସେବାୟତ ବେଶରେ ରହିଥିଲେ । ମହାପ୍ରସାଦକୁ ସମ୍ମାନ ଦେଇ ଖାଇବାକୁ ଅନେକ ଦେଖଣାହାରୀ ଯାତ୍ରୀଙ୍କୁ ବୁଝାଇଥିଲେ । ଏହାର  ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ମହାପ୍ରସାଦକୁ ସମ୍ପୂର୍ଣ୍ଣ ଅସମ୍ମାନ ବୋଲି ସ୍ପଷ୍ଟ ଜଣାପଡ଼ୁଛି‌।