ମହାରାଷ୍ଟ୍ର,୧୩/୧୧ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ ସିଏମ୍ ଉଦ୍ଧବ ଠାକରେ, ଦେବେନ୍ଦ୍ର ଫଡ଼ଣବୀସଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବ୍ୟାଗର ବି ଯାଞ୍ଚ କରାଯାଇଛି । ପାଲଘରରେ ସିଏମ୍ ସିନ୍ଦେଙ୍କ ବ୍ୟାଗକୁ ନିର୍ବାଚନ ଅଧିକାରୀମାନେ ଯାଞ୍ଚ କରିଛନ୍ତି । ପାଲଘରର କୋଲବାଡେ ପୋଲିସ ପରେଡ ଗ୍ରାଉଣ୍ଡର ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ୍ ଚେକ୍ କରିଛି । ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ତାଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି ।

ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ଶାଖା ବୁଧବାର ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସୁରକ୍ଷାକର୍ମୀ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସଙ୍କ ‘ବ୍ୟାଗ୍ ’ର ଯାଞ୍ଚ କରୁଥିବା ଦେଖାଯାଉଛି । ବିଜେପି କହିଛି କି କେବଳ ଦେଖାଇବା ଲାଗି ସମ୍ବିଧାନର ସାହାରା ନେବା ପର୍ଯ୍ୟାପ୍ତ ନୁହେଁ ଏବଂ ସମସ୍ତଙ୍କୁ ସମ୍ବିଧାନିକ ବ୍ୟବସ୍ଥାର ପାଳନ ବି କରିବା ଆବଶ୍ୟକ । ବିଜେପି ପୋଷ୍ଟରେ କହିଛି କି କିଛି ନେତାଙ୍କୁ ‘ନାଟକ’ କରିବାର ଅଭ୍ୟାସ ଅଛି ।